ମୋଦିଙ୍କ ମିତ୍ର, ଧର୍ମେନ୍ଦ୍ରଙ୍କ ଶତ୍ରୁ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ):ମୋଦିଙ୍କ ମିତ୍ର । ଧର୍ମେନ୍ଦ୍ରଙ୍କ ଶତ୍ରୁ । ଏବେ ନବୀନଙ୍କୁ ନେଇ ବିଜେପିର ଏଭଳି ଅବସ୍ଥା । ମାନେ ରାଜ୍ୟ ନେତାଙ୍କ ଲଢେଇ ବିଜେଡି ସୁପ୍ରିମୋଙ୍କ ବିରୋଧରେ, କିନ୍ତୁ କେନ୍ଦ୍ର ନେତାଙ୍କ ପାଇଁ ନବୀନ ବିଶ୍ୱସ୍ତ ବନ୍ଧୁ । ବନେ୍ଦ ଭାରତ ଏକ୍ସପ୍ରେସ ଲୋକାର୍ପଣ ବେଳେ ଏହି ଚିତ୍ର ବେଶି ସ୍ପଷ୍ଟ ଦିଶୁଥିଲା । କାର୍ଯ୍ୟକ୍ରମ ଥିଲା ସରକାରୀ । ତେଣୁ ରାଜନୈତିକ ବୟାନବାଜିର ବେଶି ସୁଯୋଗ ନ ଥିଲା ।

ତଥାପି ଏତେ ରାଜନୈତା ଯେଉଁଠି ସେଠି କେଉଁଠି ନା କେଉଁଠି ବୁଲେଇବଙ୍କେଇ ରାଜନୈତିକ ତ ହୋଇଯିବ । ସେମିତି ଏକ ବୟାନ ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ । ଡବଲ ଇଂଜିନକୁ ନେଇ ଚାଲିଥିବା ଲଢେଇକୁ ସେ ଆଗକୁ ବଢାଇଥିଲେ । ବିଜେଡିକୁ ଧର୍ମେନ୍ଦ୍ର ପରୋକ୍ଷ ଆକ୍ଷେପ କରିଥିଲେ । କିନ୍ତୁ ନବୀନଙ୍କ ପାଇଁ ମୋଦିଙ୍କ ମନୋଭାବ ଥିଲା ପୂରା ଅଲଗା ।

ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲରେ ଯୋଡି ହୋଇଥିଲେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ମିତ୍ର ବୋଲି କହି ଅଭିଭାଷମ ଆରମ୍ଭ କରିଥିଲେ ମୋଦି । ମୋଦିଙ୍କ ପାଇଁ ନବୀନ ମିତ୍ର । କିନ୍ତୁ ଧର୍ମେନ୍ଦ୍ରଙ୍କ ଅଭିଭାଷଣରେ ନବୀନଙ୍କୁ କଟାକ୍ଷ । ସେପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।ରାଜ୍ୟରେ ବିଜେପି-ବିଜେଡି ଶତ୍ରୁ । ପରସ୍ପରର ବିରୋଧୀ । କିନ୍ତୁ ବିଜେପିର କେନ୍ଦ୍ରୀୟ ନେତା ଓ ନବୀନଙ୍କ ମଧ୍ୟରେ ମଧୁର ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଯାହା ଅନେକ ସମୟରେ ପ୍ରମାଣିତ ମଧ୍ୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ