Masthead

ବଲାଙ୍ଗୀର ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ବଲାଙ୍ଗୀର  (ବଡ଼ ଖବର ବ୍ୟୁରୋ):   ବଲାଙ୍ଗୀର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ପୋଲିସ ମୃତକର ସାନ ଭାଇ ଶଙ୍କର ଭବାନୀ ମେହେରକୁ ଗିରଫ କରିଛି। ମା’ବାପାଙ୍କୁ ମାଡ ମାରିଥିବାରୁ ସାନ ଭାଇ ହିଁ ତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ସୂଚନା ଅନୁସାରେ, ମେ ୧୭ ତାରିଖରେ ବଲାଙ୍ଗିର ସାଲେପାଲିରେ ଜଣେ ଯୁବକର ଖଣ୍ଡ ବିଖଣ୍ଡ ଶବ ଏକ ବନ୍ଦ କୋଠରୀରୁ ଉଦ୍ଧାର ହୋଇଥିଲା। ପ୍ରଥମେ ଯୁବକକୁ ହତ୍ୟା କରାଯିବା ପରେ ତାକୁ ଆଠରୁ ୧୨ ଖଣ୍ଡ କରା ଯାଇଥିଲା। ମୃତ ଯୁବକତ ରୀଙ୍କୁ ମେହେରଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯିବା ସହ ତାର ଶରୀରକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରାଯାଇ କଳା ପଲିଥିନରେ ଭର୍ତ୍ତି କରା ଯାଇଥିଲା।

ହେଲେ ପ୍ରମାଣ ନଷ୍ଟ ପାଇଁ ଖଣ୍ଡ ବିଖଣ୍ଡିତ୍ ଶବକୁ ଫିଙ୍ଗି ପାରି ନ ଥିଲା ହତ୍ୟାକାରୀ। ପୋଲିସ ସାଇଣ୍ଟିଫିକ ଫୋରେଂସିକ ତଥ୍ୟ ଆଧାରରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ପୋଲିସ ମୃତ ରୀଙ୍କୁ ମେହେରଙ୍କ ସାନ ଭାଇ ପିଙ୍କୁ ମେହେର ଓରଫ ଶଙ୍କର ଭବାନୀ ମେହେର ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏବଂ ପୋଲିସ ଆଜି ତାକୁ ବୁର୍ଲାରୁ ଗିରଫ କରିବା ସହ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିଛି। ହତ୍ୟାରେ ବ୍ୟବହୃତ ଏକ ଟାଙ୍ଗିଆ ଜବତ କରିଛି ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ