Masthead

ବଲାଙ୍ଗୀର ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ବଲାଙ୍ଗୀର  (ବଡ଼ ଖବର ବ୍ୟୁରୋ):   ବଲାଙ୍ଗୀର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ପୋଲିସ ମୃତକର ସାନ ଭାଇ ଶଙ୍କର ଭବାନୀ ମେହେରକୁ ଗିରଫ କରିଛି। ମା’ବାପାଙ୍କୁ ମାଡ ମାରିଥିବାରୁ ସାନ ଭାଇ ହିଁ ତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ସୂଚନା ଅନୁସାରେ, ମେ ୧୭ ତାରିଖରେ ବଲାଙ୍ଗିର ସାଲେପାଲିରେ ଜଣେ ଯୁବକର ଖଣ୍ଡ ବିଖଣ୍ଡ ଶବ ଏକ ବନ୍ଦ କୋଠରୀରୁ ଉଦ୍ଧାର ହୋଇଥିଲା। ପ୍ରଥମେ ଯୁବକକୁ ହତ୍ୟା କରାଯିବା ପରେ ତାକୁ ଆଠରୁ ୧୨ ଖଣ୍ଡ କରା ଯାଇଥିଲା। ମୃତ ଯୁବକତ ରୀଙ୍କୁ ମେହେରଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯିବା ସହ ତାର ଶରୀରକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରାଯାଇ କଳା ପଲିଥିନରେ ଭର୍ତ୍ତି କରା ଯାଇଥିଲା।

ହେଲେ ପ୍ରମାଣ ନଷ୍ଟ ପାଇଁ ଖଣ୍ଡ ବିଖଣ୍ଡିତ୍ ଶବକୁ ଫିଙ୍ଗି ପାରି ନ ଥିଲା ହତ୍ୟାକାରୀ। ପୋଲିସ ସାଇଣ୍ଟିଫିକ ଫୋରେଂସିକ ତଥ୍ୟ ଆଧାରରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ପୋଲିସ ମୃତ ରୀଙ୍କୁ ମେହେରଙ୍କ ସାନ ଭାଇ ପିଙ୍କୁ ମେହେର ଓରଫ ଶଙ୍କର ଭବାନୀ ମେହେର ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏବଂ ପୋଲିସ ଆଜି ତାକୁ ବୁର୍ଲାରୁ ଗିରଫ କରିବା ସହ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିଛି। ହତ୍ୟାରେ ବ୍ୟବହୃତ ଏକ ଟାଙ୍ଗିଆ ଜବତ କରିଛି ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ