Masthead

କୃଷକଙ୍କ ଆନ୍ଦୋଳନ ଅନେକ କ୍ଷତି କରିଥିଲା , ଆଉ ଏକ ଆନ୍ଦୋଳନ ହେଲେ ପୁଣି ପ୍ରଭାବିତ ହେବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ତୁଟୁ ନାହିଁ କୁସ୍ତିଯୋଦ୍ଧାଙ୍କ ବିବାଦ । ଏବେ ବି ଧାରଣାରେ ରେସଲର । ସେପଟେ ଯୌନ ନିର୍ଯ୍ୟାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜଭୂଷଣ ଶରଣସିଂହଙ୍କୁ ଗିରଫ କରାଯାଇନାହିଁ । ଯାହାକୁ ନେଇ ଆନ୍ଦୋଳନରତ ରେସଲରମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ରବିବାର ଖାପ୍ ମହାପଞ୍ଚାୟତରେ ଯାହା ନିଷ୍ପତ୍ତି ନିଆଯିବ ତାହା ଦେଶର ସ୍ୱାର୍ଥ ପାଇଁ ବିପଜ୍ଜନକ ହେବ ବୋଲି ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗତ କହିଛନ୍ତି। ସେ କହିଛନ୍ତି ରବିବାର ନିଆଯିବାକୁଥିବା ନିଷ୍ପତ୍ତି ବହୁତ ବଡ଼ ହୋଇପାରେ। ଯାହାକି ଦେଶର ସ୍ୱାର୍ଥ ପାଇଁ ଭଲ ନୁହେଁ ।

ଦେଶକୁ ତାହା କ୍ଷତି ପହଞ୍ଚାଇପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ମାମଲାକୁ ଗୋଟିଏ ମିନିଟରେ ସମାଧାନ କରାଯାଇପାରିଥା’ନ୍ତା, ତାହା ମାସାଧିକ କାଳ ପର୍ଯ୍ୟନ୍ତ ଲମ୍ବିଛି। ପୂର୍ବରୁ କୃଷକମାନଙ୍କର ଆନ୍ଦୋଳନ ୧୩ ମାସ ପର୍ଯ୍ୟନ୍ତ ଚାଲିଥିଲା ଏବଂ ତାହା ଦେଶର ଅନେକ କ୍ଷତି ଘଟାଇଥିଲା। ତେଣୁ ସେହିଭଳି ଆଉ ଏକ ଆନ୍ଦୋଳନ ହେଲେ ଦେଶ ପୁଣି ପ୍ରଭାବିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’