ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରୀ କ୍ବାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ । କମିଶନରେଟ ପୋଲିସ ସହାୟତରେ ଧରିଲା ଏସଟିଏଫ । ୧ କେଜି ୭ ଶହ ଗ୍ରାମ ବ୍ରାଉନସୁଗର ଜବତ କଲା ଏସଟିଏଫ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ । ବେପାରୀ ଚିତ୍ତରଞ୍ଜନ ସାହୁକୁ ଡିଲ ବେଳେ ଗିରଫ କଲା ଏସଟିଏଫ ।
ଚିତ୍ତରଞ୍ଜନ ଘର ଢେଙ୍କାନାଳ ଜିଲ୍ଳାରେ । ଭୁବନେଶ୍ୱରରେ କାରବାର କରିଥିଲା ଚିତ୍ତରଞ୍ଜନ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କଲା ଏସଟିଏଫ । ସେପଟେ ୨୦୨୦ ରୁ ଆଜି ମଧ୍ୟରେ ୬୯ କେଜି ବ୍ରାଉନସୁଗର ଜବତ କରିଛି ଏସଟିଏଫ । ୨୦୨ ଗ୍ରାମ କୋକେନ, ୧୧୩ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।