Masthead

ମହାପ୍ରଭୁଙ୍କୁ ଦର୍ଶନ କଲେ ଟ୍ରିବ୍ୟୁନାଲ୍ ଟିମ

ପୁରୀ (ବଡ଼ ଖବର ବ୍ୟୁରୋ):  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ୍ ଟିମ୍। ପୁରୀ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍। ଚିଲିକା ହ୍ରଦ ସହ ଚିଲିକା ଓ ସମୁଦ୍ରର ମିଳନସ୍ଥଳୀ ବୁଲି ଅନୁଧ୍ୟାନ କରିବେ। ମହାନଦୀ ଜଳ କେଉଁ କେଉଁ ବାଟ ଦେଇ ଶେଷ ମୁଣ୍ଡରେ ପହଞ୍ଚୁଛି ଓ କିଭଳି ଚିଲିକା ଦେଇ ସମୁଦ୍ରରେ ମିଶୁଛି ତାକୁ ଅନୁଧ୍ୟାନ କରିବେ। ପରେ ଦୟା ଓ ଭାର୍ଗବୀ ନଦୀର ସ୍ଥିତି ମଧ୍ୟ ପରଖିବେ ଟ୍ରିବ୍ୟୁନାଲ୍।

ମହାନଦୀ ଟ୍ରିବ୍ୟୁନାଲର ୩୨ ଜଣିଆ ଟିମ୍ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।  ଆସନ୍ତା ୨୭ରେ ମହାନଦୀ ଟ୍ରିବୁନାଲ୍ ପୁରୀରେ ପହଞ୍ଚିବା ପରେ ଚିଲିକା ମୁହାଣ ଅଭିମୁଖେ ଯାତ୍ରା କରିବେ। ଅରଖକୁଦା ଠାରେ ସମୁଦ୍ର ଓ ଚିଲିକାର ମିଳନସ୍ଥଳୀ ଦେଖିବା ସହ ଆସନ୍ତା ୨୮ ତାରିଖରେ ଭାର୍ଗବୀ ଓ ଦୟା ନଦୀର ଜଳ ଵିଭାଜନ ବ୍ୟବସ୍ଥା ଅନୁଧ୍ୟାନ କରି କୋଣାର୍କ ଯାଇ କୁଶଭଦ୍ରା ନଦୀର ସ୍ଥିତି ପରଖିବେ। ମହାନଦୀ ଟ୍ରିବ୍ୟୁନାଲଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ