ମହାପ୍ରଭୁଙ୍କୁ ଦର୍ଶନ କଲେ ଟ୍ରିବ୍ୟୁନାଲ୍ ଟିମ

ପୁରୀ (ବଡ଼ ଖବର ବ୍ୟୁରୋ):  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ୍ ଟିମ୍। ପୁରୀ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍। ଚିଲିକା ହ୍ରଦ ସହ ଚିଲିକା ଓ ସମୁଦ୍ରର ମିଳନସ୍ଥଳୀ ବୁଲି ଅନୁଧ୍ୟାନ କରିବେ। ମହାନଦୀ ଜଳ କେଉଁ କେଉଁ ବାଟ ଦେଇ ଶେଷ ମୁଣ୍ଡରେ ପହଞ୍ଚୁଛି ଓ କିଭଳି ଚିଲିକା ଦେଇ ସମୁଦ୍ରରେ ମିଶୁଛି ତାକୁ ଅନୁଧ୍ୟାନ କରିବେ। ପରେ ଦୟା ଓ ଭାର୍ଗବୀ ନଦୀର ସ୍ଥିତି ମଧ୍ୟ ପରଖିବେ ଟ୍ରିବ୍ୟୁନାଲ୍।

ମହାନଦୀ ଟ୍ରିବ୍ୟୁନାଲର ୩୨ ଜଣିଆ ଟିମ୍ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।  ଆସନ୍ତା ୨୭ରେ ମହାନଦୀ ଟ୍ରିବୁନାଲ୍ ପୁରୀରେ ପହଞ୍ଚିବା ପରେ ଚିଲିକା ମୁହାଣ ଅଭିମୁଖେ ଯାତ୍ରା କରିବେ। ଅରଖକୁଦା ଠାରେ ସମୁଦ୍ର ଓ ଚିଲିକାର ମିଳନସ୍ଥଳୀ ଦେଖିବା ସହ ଆସନ୍ତା ୨୮ ତାରିଖରେ ଭାର୍ଗବୀ ଓ ଦୟା ନଦୀର ଜଳ ଵିଭାଜନ ବ୍ୟବସ୍ଥା ଅନୁଧ୍ୟାନ କରି କୋଣାର୍କ ଯାଇ କୁଶଭଦ୍ରା ନଦୀର ସ୍ଥିତି ପରଖିବେ। ମହାନଦୀ ଟ୍ରିବ୍ୟୁନାଲଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ