Masthead

ଫୌଜଦାରି ମାମଲା ବିଚାରାଧୀନ ଥିଲେ ମିଳିବନି ପଦୋନ୍ନତି: ହାଇକୋର୍ଟ

କଟକ (ବଡ଼ ଖବର ବ୍ୟୁରୋ):ଓଡିଶା ହାଇକୋର୍ଟ ଏକକ ବିଚାରପତିଙ୍କ ନିଦେ୍ର୍ଦଶକୁ ରଦ୍ଦ କରିଛନ୍ତି । କୌଣଷି ସରକାରୀ ଅଧିକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରି ମାମଲା ବିଚାରାଧୀନ ଥିଲେ ତାଙ୍କୁ ନିୟମିତ ବା ଅସ୍ଥାୟୀ ପଦୋନ୍ନତ୍ତି ମିଳିବ ନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଅବେଦନର ସୁଣାଣି କରି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ପୂର୍ବରୁ ହାଇକୋର୍ଟ ଜଣିକିଅଅ ବିଚାରପତି ଏଭଳି ମାମଲାର ଶୁଣାଣି କରି ଫୌଜଦାରି ମାମଲା ବୋଚାରଧୀନ ଥିବା ସରକାରୀ କର୍ମଚାରୀଙ୍କୁ ପଦୋନ୍ନତ୍ତିରେ ପ୍ରତିବନ୍ଧକ ସାଜିବ ନାହିଁ ବୋଲି ରାୟ ଦେଇଥିଲେ । ଫୌଜିଦାରି ମାମାଲା ବିଚାରଧୀନ ଥିବା ସରକାରୀ କର୍ମଚାରୀ ଙ୍କୁ ପଦୋନ୍ନତ୍ତି ପ୍ରଦାନ କରିବାକୁ ଜଣକିଆ ବିଚାରପତିଙ୍କ ଖଣ୍ଡପୀଠ ଏକାଧିକ ମାମଲାର ଶୁଣାଣି କରି ଏଭଳି ନିଦେ୍ର୍ଦଶ ଦେଇଥିଲେ । ଏଥିସହ ଏପରି କେତେକ କର୍ମଚାରୀଙ୍କୁ ଆଡ୍ ହକ୍ ପଦୋନ୍ନତି ପ୍ରଦାନ ପାଇଁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଥିଲା ତେବେ ଜଣିକିଆ ବିଚାରପତିଙ୍କ ଏହି ରାୟକୁ ି ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ୍ ଦାୟର କରିଥିଲେ ।

ଦୁଇ ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ୪୬ ଟି ଅପିଲର ଏକତ୍ର ଶୁଣାଣି କରିଥିଲେ ଏ୨ଥିସହ ପୂର୍ବରୁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ନିଦେ୍ର୍ଦଶକୁ ରଦ୍ଦ କରିଛନ୍ତି । ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି ଯେ , ବିଚାରାଧୀନ ଫୌଜଦାରି ମାମଲାର ଫଳାଫଳ ଏପରେ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ପଦେନ୍ନତ୍ତି ପ୍ରସଙ୍ଗ ନିର୍ଭର କରିଥାଏ । ଯଦି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥିବା ଫୌଜଦାରି ମାମଲାର ରାୟ ତାଙ୍କ ସପକ୍ଷରେ ଯାଏ ଓ ତାଙ୍କ ବିରୋଧରେ ରହିଥିବା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରୁ ସେ ଦୋଷମୁକ୍ତ ହୁଅନ୍ତି ତେବେ ତାଙ୍କୁ ପଦୋନ୍ନତ୍ତି ମିଳିପାରିବ । ଯଦି ଫୌଜିଦାରି ମାମଲାରେ ମାଲାର ରାୟ ପ୍ରକାଶ ବେଳକୁ ସଂପୃକ୍ତ କର୍ମଚାରୀ ଅବସର ନେଇସାରିଥିବେ ତେବେ ପଦୋନ୍ନତ୍ତି ସମୟର ସମସ୍ତ ପ୍ରପ୍ୟକୁ ହିସାବ କରାଯାଇ ତାଙ୍କ ପେନସନ୍ ଧାର୍ଯ୍ୟ କରାଯିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ତରଫରୁ ଏଜିଏ .କେ. ଖୁଣ୍ଟିଆ ମାମଲା ପରିଚାଳନା କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ