Masthead

ୟୁପିଏସସିରେ ଆଇସା ବନାମ ଆଇସା

ଭୋପାଳ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶର ଆଇସା ନାମକ ଦୁଇ ଝିଅ ୧୮୪ ର୍ୟାଙ୍କ କୁ ନେଇ ଦାବି କରିଛନ୍ତି । ୟୁପିଏସ୍ସି ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଥିଲା । ଏହି ଦୁଇ ଝିଅ ଙ୍କ ରୋଲନଂ ସମାନ ଥିବାରୁ ସେମାନେ ଦାବି କରୁଛନ୍ତି । ୟୁପିଏସ୍ସି ଫଳ ପ୍ରକାଶ ପାଇବା ପରେ ଆଇସା ନାମକ ଦୁଇ ଝିଅ ୧୮୪ ର୍ୟାଙ୍କ ପାଇଥିଲେ । ଏହାକୁ ନେଇ ସାରା ପରିବାର ରେ ଖୁସି ର ଲହରି ଖେଳିଯାଇଥିଲା । ପରିବାର ଲୋକ ମହା ଆନନ୍ଦ ର ସହିତ ଏହାକୁ ସେଲିବ୍ରେଟ କରିଥିଲେ । ଏହି ଦୁଇ ଝିଅ ମଧ୍ୟପ୍ରଦେଶ ଜିଲ୍ଲା.ଜଣେ ଦେୱାଶ ଜିଲ୍ଲାର ହୋଇଥିବା ବେଳେ ଜଣେ ଅଲିରାଜପୁର ଜିଲ୍ଲାର ଅଟନ୍ତି । ବୁଧବାର ଦିନ ଏହି ଖବର ସର୍ବ ସମ୍ମୁଖକୁ ଆସିଥିଲା । ଦେୱାଶ ଜିଲ୍ଲାର ଝିଅ ଆଇସା ଫାତିମା (ପିତା ନିଜିରୁଦିନ୍) ଦାବି କରୁଛନ୍ତି ସେ ମେରିଟ ଲିଷ୍ଟରେ ଉତିର୍ଣ୍ଣ ହୋଇଛନ୍ତି । ଅଲିରାଜପୁରର ଆଇସା ମକରାଣି (ପିତା ସଲିମୁଦିନ୍) ମଧ୍ୟ ଏହା ଦାବି କରୁଥିବା ନଜର ଆସୁଛି । ଏହା କୁହାଯାଉଛି ଦୁଇ ଝିଅ ଆଇସାଙ୍କର ରୋଲନଂ ସମାନ ହୋଇଥିବାରୁ ଏପରି ଘଟିଛି , ଦୁଇ ଝିଅଙ୍କ ରୋଲନଂ ୭୮୧୧୭୪୪ ହୋଇଥିବା ଜଣାପଡିଛି । ଆଇସା ମାକରାନିଙ୍କ ଭାଇ କହିଛନ୍ତି ସେମାନେ ଆଇସାଙ୍କ ନାମରେ ୟୁପିଏସ୍ସି ତାରାଫରୁ ଏକ ଇ ମେଲ ମଧ୍ୟ ପାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ