Masthead

ବିବାହ ପାଇଁ ମନା କରିବାରୁ ପ୍ରେମିକ ସହ ଭାଇ ଓ ମାଆଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ ପ୍ରେମିକ

 

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ):ପାଗଳ ପ୍ରେମିକର ଉନ୍ମୁକ୍ତ କାଣ୍ଡ । ପେଟ୍ରୋଲ ଢାଳି ଜୀଅନ୍ତା ମାରିଦେବା ଉଦ୍ୟମ । ବିବାହ ପାଇଁ ମନା କରିବାରୁ ପ୍ରେମିକା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ପ୍ରେମିକ । ଘଟଣାରେ ପ୍ରେମିକା ମିକି କଲେତ ସହ ମା ସୂର୍ଯ୍ୟ ଓ ଭାଇ ଇମରାନ ଗୁରୁତର ହୋଇଛନ୍ତି । ଏପରିକି ନିଆଁରେ ନିଜେ ପ୍ରେମିକ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଗାଁରେ ଏଭଳି ଉନ୍ମୁକ୍ତ କାଣ୍ଡ ଘଟାଇଛି ମଦ୍ୟପ ପ୍ରେମିକ । ଅଭିଯୋଗ ଅନୁସାରେ, ମିକି ଲାଠୋର ମାଳପଡା ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ପୂର୍ବରୁ ଉଭୟ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା।

ହେଲେ ପ୍ରେମିକ ପ୍ରବଳ ମଦ ପିଉ ଥିବାରୁ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା। ଏଥିରେ ପ୍ରେମିକ ରାଗି ପ୍ରେମିକାକୁ ଗାଳିଗୁଲଜ କରିବା ସହ ୪୦ ହଜାର ଟଙ୍କା ନେଇ ଯାଇଥିଲା । ହେଲେ ଗତକାଲି ମଧ୍ୟାହ୍ନରେ ପ୍ରେମିକା ରହୁଥିବା ଭଡା ଘରକୁ ଆସି ପେଟ୍ରୋଲ ଢ଼ାଳି ନିଆ ଲଗାଇ ଦେଇଥିଲା ପ୍ରେମିକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକା ସହ ଭାଇ ଓ ମା ଏବଂ ପ୍ରେମିକକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ବଲାଙ୍ଗିର କଲେଜ ଛକର ମିକି କଲେତ ଢେଙ୍କାନାଳର ସ୍ଵସ୍ତିକ ଦାସଙ୍କୁ ଭଲ ପାଉଥିଲେ । ହେଲେ ଲାଠୋରରେ ଏଏନ୍ଏମ୍ ନିଯୁକ୍ତି ପୂର୍ବରୁ ମିକି ବିକାଶ ମେଡିକାଲରେ କାର୍ୟ୍ୟ କରୁଥିଲେ ।

ସେଠାରେ ତାଙ୍କ ପ୍ରେମିକ ସ୍ଵସ୍ତିକ ଦାସ ଓ ଟି ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । କାର୍ଯ୍ୟ କରିବା ସମୟରେ ମିକି ଓ ସ୍ଵସ୍ତିକ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିର୍ଘ ତିନି ବର୍ଷ ହେଲା ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବା ବେଳେ ବିବାହ କରିବା ପାଇଁ ବି ସ୍ଥିର କରିଥିଲେ । ହେଲେ ପ୍ରେମିକ ସ୍ଵସ୍ତିକ ମଦ ପିଇ ମରାପିଟ କରିବାରୁ ପ୍ରେମିକା ବିବାହ କରିବାକୁ ମନା କରିଥିଲେ । ଯେଉଁଥିପାଇଁ ପ୍ରେମିକ ଉନ୍ମୁକ୍ତ କାଣ୍ଡ ଘଟାଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲା । ସେପଟେ ଏନେଇ ପାଗଳ ପ୍ରେମିକ ସ୍ଵସ୍ତିକ ଦାସଙ୍କ ପ୍ରତିକ୍ରିୟା ମିଳି ପାରିନି ଓ ହେଲେ ପେଟ୍ରୋଲ ଢ଼ାଳି ଜୀବନ୍ତ ମାରିଦେବା ଉଦ୍ୟମ ଘଟଣାରେ ଲାଠୋର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା