ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ରାଜ୍ୟପାଳଙ୍କ କାର୍ଯ୍ୟାଳୟ । ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ରାଷ୍ଟ୍ରପତି ଭବନରୁ ସ୍ପଷ୍ଟ ହୋଇନି । ତେବେ ନୂତନ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରଫେସର ଗଣେଶୀ ଲାଲ ରାଜ୍ୟପାଳ ଦାୟିତ୍ୱରେ ରହିବେ ।
ହରିୟାନାର ଶେର୍ସାରେ ୧୯୪୨ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ଗଣେଶୀ ଲାଲ ୨୦୧୮ ମେ’ ୨୯ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ରାଜଭବନର ଅଭିଶେକ ହଲରେ ତତକ୍ରାଳୀନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଭିନୀତ୍ ସରଣ ପ୍ରଫେସର ଲାଲଙ୍କୁ ରାଜ୍ୟପାଳ ଭାବେ ଶପଥ ପାଠ କରାଇଥିଲେ ।