Masthead

ଗଙ୍ଗାରେ ମେଡାଲ ଭସାଇବେ ରେସଲର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତେଜିବାରେ ଲାଗିଛି କୁସ୍ତି ଯୋଦ୍ଧାଙ୍କ ଆନେ୍ଦାଳନ । ପୁଲିସ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦଙ୍ଗା ଭିଆଇବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ଏପଟେ ଆଜି ସନ୍ଧ୍ୟାରେ ମେଡାଲକୁ ଗଙ୍ଗାରେ ଭସାଇବା ପାଇଁ କହିଛନ୍ତି ଆନେ୍ଦାଳନକାରୀ । ସେପଟେ ଭବିଷ୍ୟତରେ ଜନ୍ତରମନ୍ତରରେ ଆନ୍ଦୋଳନ ପାଇଁ କୁସ୍ତିଯୋଦ୍ଧାମାନଙ୍କୁ ମିଳିବନି ଅନୁମତି । ଜନ୍ତରମନ୍ତର ଛଡ଼ା ସେମାନଙ୍କୁ ଅନ୍ୟ ଉପଯୁକ୍ତ ସ୍ଥାନରେ ଅନୁମତି ଦିଆଯିବ। ଯାହାକୁ ନେଇ ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦିଲ୍ଲୀ ପୁଲିସ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦଙ୍ଗା ଭିଆଇବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ରବିବାର ନୂଆ ସଂସଦଭବନ ଉଦଘାଟନ ଚାଲିଥିବା ସମୟରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିଲା ସଂଘର୍ଷ । ଗୋଟିଏ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ମହାପଂଚାୟତ ବାହାର କରିବାକୁ ନିଷ୍ପତି ନେଇଥିଲେ । ଯାହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦିଲ୍ଲୀ ପୁଲିସ । କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନେବା ସହ ଧାରଣା ସ୍ଥଳରେ ଥିବା ଶିବିରକୁ ମଧ୍ୟ ଭାଙ୍ଗିଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ