Masthead

କୃଷି ଆଇନ କେନ୍ଦ୍ର ସରକାରଙ୍କ ବୈପ୍ଳବିକ ପଦକ୍ଷେପ: ବିଜେପି

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି ସଂଶୋଧିତ କୃଷି ଆଇନ-୨୦୨୦ । ଏହା ଦେଶରେ କୃଷକମାନଙ୍କ ହିତ ପାଇଁ ଏକ ବୈପ୍ଳବିକ ପଦକ୍ଷେପ ବୋଲି ବିଜେପି କହିଛି। ସମ୍ବଲପୁରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ନୂତନ କୃଷି ଆଇନର ବିଭିନ୍ନ ଦିଗ ନେଇ ସୂଚନା ଦେବା ସହ ବିରୋଧୀ ଦଳ ରାଜନୈତିକ ଫାଇଦା ପାଇଁ ଏହା ବିରୋଧରେ ଅପପ୍ରଚାର କରୁଥିବା କହିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଯେ କୃଷି ଆଇନ ପରେ ଚାଷୀମାନେ ବହୁତ ସୁବିଧା ପାଇପାରିବେ। କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ସହ ପର୍ଯ୍ୟାପ୍ତ ଜଳସେଚନ ପାଇଁ ସିଚାଇ ଯୋଜନାରେ ସୁବନ୍ଦୋବସ୍ତ, ଫସଲବୀମା ଯୋଜନାରେ କୋଟି କୋଟି ଚାଷୀଙ୍କୁ ସାମିଲ କରାଇ ସେମାନଙ୍କୁ ସିଧାସଳଖ ସୁବିଧା ପ୍ରଦାନ କରିପାରିବେ। ଏହି ନୂତନ କୃଷି ଆଇନ କାର୍ଯ୍ୟକାରୀ ପରେ ସାରା ଦେଶରେ କୃଷକମାନଙ୍କ ଉତ୍ପାଦିତ ମୂଲ୍ୟକୁ ନିଶ୍ଚିତ କରାଯାଇଛି। ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ବଜାରରେ ବିକ୍ରି କରିପାରିବ। ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ୱ।ଧୀନତା ପାଇବା ସହ ଏମଏସପି ବ୍ୟବସ୍ଥା ପାଇଁ ଚାଷୀ ନିଜ ଫସଲର ଅଧିକ ମୂଲ୍ୟ ପାଇପାରିବେ। ଅପରପକ୍ଷରେ ଓଡ଼ିଶା ରାଜ୍ୟ ସରକାର କୃଷି ବିଲକୁ ବିରୋଧ କରି କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ସ୍ୱ।ର୍ଥ ବିରୋଧୀ କାମ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ନାଉରି ନାୟକ କହିଥିଲେ, ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ପାଇଁ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବାରେ ବିଫଳ ହୋଇଛନ୍ତି। ଏଥିସହ ଅନଲାଇନରେ ଧାନସଂଗ୍ରହ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ବି ଏହି ବ୍ୟବସ୍ଥା ଲାଗୁ ପାଇଁ ସରକାରୀ ସ୍ତରରେ କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ସହ ଜିଲ୍ଲା ବିଜେପିର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ