Masthead

ଯୁକ୍ତ ଦୁଇ ରେଜଲ୍ଟ, ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାଣ୍ଡି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି । ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି । ଏଥର ବି ପୁଅକୁ ପଛରେ ପକେଇ ଆଗରେ ଅଛନ୍ତି ଝିଅ । ଝିଅଙ୍କର ପାସ ହାର ୮୫୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କର ପାସ ହାର ୮୪୨୮ ପ୍ରତିଶତ ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ଝିଅ ଆଗରେ ଅଛନ୍ତି ।

୨୯୧ ଟି ସ୍କୁଲରେ ୧୦୦ ପ୍ରତିଶତ ପାସ ହୋଇଥିବା ବେଳେ ଦୁଇଟି ସ୍କୁଲରେ କେହି ବି ପାସ କରିନାହାନ୍ତି । ବାଣିଜ୍ୟରେ ମୋଟ ୨୪୦୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୧୯୫୩୬ ଜଣ ପାସ କରିଛନ୍ତି । ପାସ ହାର ୮୧.୧୨ ରହିଛି । ସେଥିମଧ୍ୟରୁ ପ୍ରଥମଶ୍ରେଣୀରେ ୭୪୧୦ ଜଣ, ଦ୍ୱତୀୟ ଶ୍ରେଣୀ ରେ ୪୫୪୩, ତୃତୀୟ ଶ୍ରେଣୀ ରେ ୭୪୯୨ ଜଣ ପାସ କରିଛନ୍ତି । ବାଣିଜ୍ୟ ରେ ୯୩.୯ ପ୍ରତିଶତ ମାର୍କ ରଖି ନୟାଗଡ ଜିଲ୍ଲା ଆଗରେ ଥିବା ବେଳେ ୫୫.୫୫ ପ୍ରତିଶତ ମାର୍କ ରଖି ବୌଦ୍ଧ ଜିଲ୍ଲା ପଛରେ ରହିଛି ।

ବିଜ୍ଞାନରେ ମୋଟ ୯୨୯୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୭୮୯୩୮ ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ପ୍ରଥମଶ୍ରେଣୀ ରେ ୩୯୫୭୩ ଜଣ, ଦ୍ୱତୀୟ ଶ୍ରେଣୀ ରେ ୨୪୨୫୭, ତୃତୀୟ ଶ୍ରେଣୀ ରେ ୧୪୮୫୨ଜଣ ପାସ କରିଛନ୍ତି । ବିଜ୍ଞାନ ରେ ୯୬.୪୧ ପ୍ରତିଶତ ମାର୍କ ରଖି ନୟାଗଡ ଜିଲ୍ଲା ଆଗରେ ରହିଥିବା ବେଳେ ୬୧.୫୫ ପ୍ରତିଶତ ମାର୍କ ରଖି ଗଜପତି ଜିଲ୍ଲା ପଛରେ ଅଛି । ଉଭୟ ବାଣିଜ୍ୟ ଏବଂ ବିଜ୍ଞାନରେ ନୟାଗଡ଼ ଜିଲ୍ଲା ଆଗରେ । ଉଭୟ ବାଣିଜ୍ୟ ଏବଂ ବିଜ୍ଞାନରେ ଆଗରେ ଅଛନ୍ତି ଝିଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ