Masthead

ପାଠପଢାରେ ଝିଅ ଆଗରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଠପଢାରେ ଝିଅ ଆଗରେ । ବିଭିନ୍ନ ପରୀକ୍ଷାରେ ଅଧିକାଂଶ ସମୟରେ ପୁଅଙ୍କୁ ପଛରେ ପକାଇ ବାଜିମାରନ୍ତି ଝିଅ । ଏଥର ଯୁକ୍ତ ଦୁଇ ଫଳରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି । ପୁଅଙ୍କ ତୁଳନାରେ ଅଧିକ ରହିଛି ଝିଅଙ୍କ ପାସହାର । ଝିଅଙ୍କ ପାସ ହାର ୮୫.୬୭ ରହିଥିବାବେଳ ପୁଅଙ୍କ ପାସ ହାର ୮୪.୨୮ ପ୍ରତିଶତ ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ଝିଅ ଆଗରେ ରହିଛନ୍ତି । ପୂର୍ବରୁ ମଧ୍ୟ ମାଟ୍ରିକ ପରୀକ୍ଷାରେ ଝିଅମାନେ ବାଜି ମାରିଥିଲେ ।

ଚଳିତ ବର୍ଷ ଦଶମ ରେଜଲ୍ଟରେ ବି ଝିଅମାନେ କମରେ ନାହାନ୍ତି । ଏଥିରେ ବି ପୁଅଙ୍କୁ ପଛରେ ପକାଇ ଝିଅମାନେ ଆଗରେ ରହିଛନ୍ତି । ଚଳିତ ବର୍ଷ ମାଟ୍ରିକରେ ପାସ ହାର ୯୬.୪୦ ପ୍ରତିଶତ ରହିଥିଲାା ଛାତ୍ରୀଙ୍କ ପାସ ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୫.୭୫ ପ୍ରତିଶତ ଥିଲା । ସେହିଭଳି ସର୍ବଭାରତୀୟ ସ୍ତରର ଶୀର୍ଷ ପରୀକ୍ଷା ୟୁପିଏସସିରେ ମଧ୍ୟ ଦେଶର ଝିଅଙ୍କ ସଫଳତା ଦେଖିଥିଲେ ସମସ୍ତ । ଟପ୍ ୪ରେ ସମସ୍ତେ ଥିଲେ ଝିଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ