Masthead

‘ରେସଲରଙ୍କ ପ୍ରତି ଦୁର୍ବ୍ୟବହାର ନିନ୍ଦନୀୟ, ଅଭିଯୋଗର ନିରପେକ୍ଷ ତଦନ୍ତ କରନ୍ତୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ପ୍ରସଙ୍ଗରେ ଏବେ ବିଶ୍ୱ କୁସ୍ତିଯୋଦ୍ଧା ସଂଘ ବା ୟୁନାଇଟେଡ୍‌ ୱାର୍ଲଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ହସ୍ତକ୍ଷେପ କରିଛି। ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍‌ କମିଟି (ଆଇଓସି) ବ୍ରିଜଭୂଷଣଙ୍କ ବିରୋଧରେ ଉପଯୁକ୍ତ ଆପରାଧିକ ତଦନ୍ତ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି। ଡବ୍ଲ୍ୟୁଏଫଆଇର ନିର୍ବାଚନ ୪୫ ଦିନ ମଧ୍ୟରେ କରାଇବାକୁ ଏହି ଅନ୍ତର୍ଜାତୀୟ ସଙ୍ଗଠନ ପରାମର୍ଶ ଦେଇଛି। ଏଥିସହ ବ୍ରିଜଭୂଷଣଙ୍କ ବିରୋଧରେ ଆଗତ ଅଭିଯୋଗଗୁଡ଼ିକର ମନ୍ଥର ତଦନ୍ତ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି ।

ୟୁଡବ୍ଲ୍ୟୁଡବ୍ଲ୍ୟୁ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ନ୍ୟାୟ ପାଇଁ ଧାରଣାରତ କୁସ୍ତଯୋଦ୍ଧାମାନଙ୍କ ପ୍ରତି ଦେଖାଯାଇଥିବା ବ୍ୟବହାର ଓ ସେମାନଙ୍କୁ ଅଟକ ରଖାଯିବା ଅତ୍ୟନ୍ତ ନିନ୍ଦନୀୟ। ସମ୍ପୃକ୍ତ କର୍ତ୍ତୃପକ୍ଷ ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ନିରପେକ୍ଷ ତଦନ୍ତ କରାନ୍ତୁ। ୪୫ ଦିନ ମଧ୍ୟରେ ନିର୍ବାଚନ କରା ନ ଗଲେ ୟୁଡବ୍ଲ୍ୟୁଡବ୍ଲ୍ୟୁ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବନ କରିପାରେ। ବ୍ରିଜଭୂଷଣ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ଓ ଉତ୍ପୀଡ଼ନ ଅଭିଯୋଗ ଉପରେ ଅନେକ ମାସ ଧରି ୟୁଡବ୍ଲ୍ୟୁଡବ୍ଲ୍ୟୁର ନଜର ରହିଛି। ସେମାନଙ୍କ ସହ ଏକ ବୈଠକ କରାଯିବ। କୁସ୍ତିଯୋଦ୍ଧାଙ୍କ ଅବସ୍ଥା ଓ ସୁରକ୍ଷା ଯାଞ୍ଚ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼