Masthead

ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଓଡ଼ିଆ ପୁଅ ତଥା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଡବ୍ଲ୍ୟୁଏମ୍‌ଓର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ ସତର୍କ ସୂଚନା ଦିଏ ଓ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତି କରିଥାଏ। ଏହି ପଦବୀ ପାଇଁ ସାଙ୍ଗଠନିକ ନିର୍ବାଚନ ହୋଇଥିଲା । ଏଥିରେ ମୋଟ ୧୪୮ ଭୋଟରୁ ୧୧୩ଟି ଭୋଟ ପାଇ ଉପାଧ୍ୟକ୍ଷ ଭାବେ ଡ. ମୃତ୍ୟୁଞ୍ଜୟ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।

ଏହା ବ୍ୟତୀତ ନିର୍ବାଚନରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ ଜାତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅବଦୁଲ୍ଲା ଅଲ୍‌ ମାଣ୍ଡୋସ୍‌ ୪ ବର୍ଷ ପାଇଁ ଡବ୍ଲ୍ୟୁଏମ୍‌ଓ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି କୋଟ୍‌ ଡି’ଆଇଭରର ପାଣିପାଗ ନିର୍ଦ୍ଦେଶକ ଡୌଡା କୋନାଟେ ଏବଂ ଆୟର୍ଲାଣ୍ଡ ପାଣିପାଗ ସେବାର ନିର୍ଦ୍ଦେଶକ ଥିବା ଇଓନ ମୋରାନ ଯଥାକ୍ରମେ ଡବ୍ଲ୍ୟୁଏମ୍‌ଓର ପ୍ରଥମ ଓ ଦ୍ୱିତୀୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଆର୍ଜେଣ୍ଟିନାର ପ୍ରଫେସର ସେଲେଷ୍ଟ ସାଉଲୋ ଡବ୍ଲ୍ୟୁଏମ୍‌ଓର ପ୍ରଥମ ମହିଳା ମହାସଚିବ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ମୃତ୍ୟୁଞ୍ଜୟ ମହାପାତ୍ର ଭାରତର ସାଇକ୍ଲୋନ୍‌ ମ୍ୟାନ ଭାବେ ପରିଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର