Masthead

ପ୍ଲାଷ୍ଟିକରେ ଚାଲିବ ଗାଡ଼ି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଏଥର ପ୍ଲାଷ୍ଟିକରେ ଚାଲିବ ଗାଡ଼ି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଥର ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ମଧ୍ୟରୁ ବାହାରିବ ହାଇଡ୍ରୋଜେନ ଏବଂ ଉଚ୍ଚ ମୂଲ୍ୟର କାର୍ବନ । ଯାହା ଗାଡ଼ି ଚାଲିବାରେ ଇନ୍ଧନ ରୂପେ କାର୍ଯ୍ୟ କରିବ । ଏହାକୁ ସଫଳ କରିବା ପାଇଁ ଅକ୍ସଫୋର୍ଡ଼ ବିଶ୍ୱ ବିଦ୍ୟାଳୟର ରସାୟନ ବିଭାଗ ପକ୍ଷରୁ ଅନୁସନ୍ଧାନ କରି ଏହାର ପଦ୍ଧତି ବାହାର କରିଛନ୍ତି । ବିଂଶ ସତାବ୍ଦୀରେ ପ୍ଲାଷ୍ଟିକର ଉତ୍ପାଦନ ଏବଂ ଏହାର ବହୁଳ ବ୍ୟବହାର ବିଶ୍ୱର ଏକ ପ୍ରମୁଖ ସମସ୍ୟା ପାଲଟିଛି । ତେବେ ଏହା ଏବେ ସମସ୍ୟା ନୁହଁ ସମାଧାନରେ ପରିଣତ କରିବାରେ ସହାୟକ ହୋଇଛନ୍ତି ଅକ୍ସଫୋର୍ଡ଼ ବିଶ୍ୱ ବିଦ୍ୟାଳୟର ରସାୟନ ବିଭାଗ । ବ୍ରିଟେନ, ଚୀନ ଓ ସାଉଦୀ ଆରବ ରାଜ୍ୟର ଅନେକ ବିଶ୍ୱ ବିଦ୍ୟାଳୟ ସହକର୍ମୀଙ୍କ ସହଯୋଗରେ ରସାୟନ ବିଭାଗ ଏହି ହାଇଡ୍ରୋଜେନ ଗ୍ୟାସ ବାହାର କରିବା ପାଇଁ ଏକ ଉପାୟ ବାହାର ମରିବାରେ ସକ୍ଷମ ହୋଇଛି । ପ୍ଲାଷ୍ଟିକ ବର୍ଯ୍ୟବସ୍ତୁରୁ ଅନୁସନ୍ଧାନକାରୀମାନେ ଏହି ପଦ୍ଧତି ସାହାଯ୍ୟରେ ସ୍ୱଚ୍ଛ ଇନ୍ଦନ ସହିତ ହାଇଡ୍ରୋଜେନ ଗ୍ୟାସ ବାହାର ମରିବାରେ ସଫଳ ହୋଇଛନ୍ତି । ଯାହାକୁ ଗାଡ଼ିରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ଲାଷ୍ଟିକ ବର୍ଯ୍ୟବସ୍ତୁରୁ ଏହି ପ୍ରକ୍ରିୟା ଦ୍ୱାରା ଖୁବ କମ ସମୟରେ ଏବଂ ଅଳ୍ପ ଖର୍ଚ୍ଚରେ ହାଇଡ୍ରୋଜେନ ଗ୍ୟାସ ଏବଂ କଠିନ କାର୍ବନ ବାହାର କରାଯାଇପାରିବ । ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଆମ ପରିବେଶ ସହିତ ଭୂମିକୁ ପ୍ରଦୂଷିତ କରିଥାଏ । କିନ୍ତୁ ଏହି ପଦ୍ଧତି ସାହାଯ୍ୟରେ ଏହି ବର୍ଯ୍ୟ ବସ୍ତୁରୁ ସ୍ୱଚ୍ଛ ହାଇଡ୍ରୋଜେନ ଇନ୍ଧନ ସହିତ ମୂଲ୍ୟଯୁକ୍ତ କାର୍ବନ ଉତ୍ପାଦ ଉତ୍ପାଦନ ପାଇଁ ପ୍ଲାଷ୍ଟିକ ଏକ ମୂଲ୍ୟବାନ ଫିଡ଼ଷ୍ଟକ ଭାବରେ ବ୍ୟବହୃତ ହୋଇପାରେ ବୋଲି ଆଶା କରାଯାଉଛି । ସିଲେକ୍ଟିଭିଟି ଦୃଷ୍ଟିରୁ ଏହା କାଟାଲାଇସିସର ଏକ ସଂପୁର୍ଣ୍ଣ ନୂତନ କ୍ଷେତ୍ର ଖୋଲିଥାଏ । ବିଶେଷତଃ ବିକାଶଶୀଳ ଦେଶମାନଙ୍କରେ ହାଇଡ୍ରୋଜେନ ଅର୍ଥନୀତିର ଏକ ମାର୍ଗ ହେବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ