Masthead

କେମିତି ହୋଇଥିଲା ହୃଦୟ ବିଦାରକ ରେଳ ଦୁର୍ଘଟଣା

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ସମୟ ପାଖାପାଖି ୭ଟା । ଡ଼ାଉନ ଲାଇନ ରେ ଆସୁଥିଲା ବାଙ୍ଗାଲୁରୁରୁ ହାୱାଡ଼ା ଯାଉଥିବା ଯଶୋବନ୍ତପୁର ହାୱଡ଼ା ସୁପରଫାଷ୍ଟ ଏକପ୍ରେସ୍ । ଠିକ୍ ଏହି ସମୟରେ ଅପ ଲାଇନରେ ଆସୁଥିଲା ଶାଲିମାର ହାୱଡ଼ା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ସବୁ ଠିକ୍ ଥିଲା । ଟ୍ରାକ ଚେଞ୍ଜ ପାଇଁ ଟ୍ରାକମ୍ୟାନକୁ କଲ ଆସିଥିଲା । ଏକ ନମ୍ବର ଲାଇନରେ ଠିଆ ହୋଇଥିଲା ମାଲ ଗାଡ଼ି । ଯେଉଁ ଟ୍ରାକରେ ଆସୁଥିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ଟ୍ରେନର ବେଗ ପାଖାପାଖି ୮୦ସ୍ପିଡରେ ଥିଲା । କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ କରମଣ୍ଡଳ ଟ୍ରାକରୁ ଖସିଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା । କରମଣ୍ଡଳର ଦୁଇଟି ବଗି ଲାଇନଚ୍ୟୁତ ହୋଇ ଅଲଗା ଟ୍ରାକରେ ପଡ଼ିଥିଲା ।

ସେହି ଟ୍ରାକରେ ଆସୁଥିଲା ଯଶୋବନ୍ତପୁର ହାୱଡ଼ା ସୁପରଫାଷ୍ଟ ଏକପ୍ରେସ । ଲାଇନଚ୍ୟୁତ ହୋଇଥିବା କରମଣ୍ଡଳର ଦୁଇଟି ବଗିକୁ ପୁଣି ଧକ୍କାଦେଇଥିଲା । ଦୁଇଟି ଟ୍ରେନ ମଧ୍ୟରେ ଧକ୍କା ହେବା ପରେ ସବୁଠୁ ବେଶୀ କ୍ଷତିଗସ୍ତ ହୋଇଥିଲା କରମଣ୍ଡଳ । ଇଞ୍ଜିନ ସହିତ ଜେନେରାଲ ଓ ଏସି ବଗି ଓଲଟି ପଡ଼ିଯାଇଥିଲା । ଖାଲି ସେତିକି ନୁହେଁ ବଗି ଉପରେ ବଗି ଚଢି ଯାଇଥିଲାା ବଗିରେ ଥିବା ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା । କାହାର ହାତ ଗୋଡ଼ ଛିଡ଼ି ଯାଇଥିଲା ତ କହାର ମୁଣ୍ଡ ଛିଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଅନେକ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାର ଚିତ୍ର ଅତ୍ୟନ୍ତ ଭୟଙ୍କର ଥିଲା । ଅନ୍ଧାର ଯୋଗୁଁ କିଛି ଦିଶୁ ନଥିଲା । ଉଦ୍ଧାର କାର୍ଯ୍ୟ ଠିକ ରେ ହୋଇପାରୁ ନଥିଲା ।ପ୍ରାୟ ଦେଢ ଘଂଟା ପରେ ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ଉଦ୍ଧାରକାରୀଦଳଙ୍କ ଭିଡ଼ ଜମି ଥିଲା । ପ୍ରଶାସନ ଓ ବାହାନଗା ରେଳଷ୍ଟେସନ ପକ୍ଷରୁ ଲାଇଟର ବ୍ୟବସ୍ଥା କରାଯାଇଥିଲା । ଲାଇଟ ଆସିବା ପରେ ସେଠାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା । ଯାହା ଦେଖିଲା ପରେ ସମସ୍ତେ ହତବାକ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଆହାତଙ୍କୁ ଉଦ୍ଧାର କରିବାକୁ ଅପ୍ରାଣ ଉଦ୍ୟମ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ