Masthead

ବିଜେଡି ନେତାଙ୍କ ବିବାଦୀୟ ଚେହେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢୁଛି ବିଜେଡି ନେତାଙ୍କ ବିବାଦୀୟ ଚେହେରା । ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ଫୃକ୍ତି । ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏତଲା । ନଦୀବନ୍ଧ ଭାଙ୍ଗିବା ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁରେ ଭିଜିଲାନ୍ସ ତଦନ୍ତ । ଶେଷରେ ବଲାଙ୍ଗୀର ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ବିରୋଧରେ ରହିଛି ଅପହରଣ ଅଭିଯୋଗ ।

ପ୍ରତାପଙ୍କୁ ଜେରା କେବେ? ପୋଲିସ କାହିଁକି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଚରାଉଚରା କରୁନାହିଁ? ଏତଲାରେ ପ୍ରତାପଙ୍କ ନାଁ ରହିଛି । ତେବେ କଟକ ଗ୍ରାମାଂଚଳ ପୋଲିସ କାହିଁକି ଆଇନମନ୍ତ୍ରୀଙ୍କ ଦେହରେ ହାତମାରି ପାରୁନି । ଆଇନ୍ ମନ୍ତ୍ରୀଙ୍କ ପାଇଁ ଆଇନ୍ ଅଲଗା ବାଟରେ ଯାଉଛି କି? ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଏଭଳି କିଛି ପ୍ରଶ୍ନ ଉଠୁଛି । ଯାହା ବର୍ତ୍ତମାନ ଶାସନରେ ଥିବା ବିଜେଡିକୁ ଅକଳରେ ପକାଇଛି । ସେପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ସମ୍ପୃକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଚିନ୍ତା ବଢାଉଛି । ବିରୋଧୀ ଯେଭଳି ଭାବେ ଏହି ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି, ଆଗକୁ ପ୍ରତାପ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ପ୍ରତାପ ମନ୍ତ୍ରୀପଦରୁ ଇସ୍ତଫା ନ ଦେବା ଯାଏ ତଦନ୍ତ ଠିକ ବାଟରେ ଆଗଇବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି ।

ଅନ୍ୟପଟେ ଦିନକୁ ଦିନ ଶାସକ ବିଜୁ ଜନତା ଦଳ ପାଇଁ ବଢୁଛି ଅଡୁଆ । ପରୀ ଓ ମାହାଙ୍ଗା ଡବଲ ମର୍ଡର ଶାସକ ଦଳର ନେତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । କିଏ ବନ୍ଧ ଭାଙ୍ଗଲାଣି ତ, ଆଉ କାହା ନାଁରେ ଅପହରଣ ଅଭିଯୋଗ । ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁରେ ମାମୁ -ଭଣାଜା ଘାଇ ଭାଙ୍ଗିବା ଅଭିେଯୋଗ । ଲୋକାୟୁକ୍ତ ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ଏବେ ଅଡୁଆରେ ପ୍ରଣବ । ସେପଟେ ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଦା ଅପହରଣ ଘଟଣାକୁ ନେଇ ବଲାଙ୍ଗୀର ରାଜନୀତି ଜୋର ଧରିଛି । ଜିଲ୍ଲାର ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା ଅପହରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ଗଣ୍ଠି କରିଛି କଂଗ୍ରେସ । ରାଜେନ୍ଦ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଯାହାକୁ ନେଇ ଏବେ ଅକଳରେ ପଡିଛି ବିଜେଡି । ଜଣେ ଆଦିବାସୀ ଯୁବକ ଅପହରଣ ଘଟଣାରେ ବିଜେଡିର ଜିଲ୍ଲା ଯୁବ ସଭାପତିଙ୍କ ନାଁରେ ଅଭିଯୋଗ ଶାସକ ଦଳକୁ ଅଡୁଆରେ ପକାଇଛି ।
ଏସବୁ ଘଟଣାକୁ ନେଇ ହରଡଘଣାରେ ପଡିଛି ବିଜେଡି । ଦଳ ଉପରୁ ରାଜ୍ୟବାସୀ ଆସ୍ଥା ହରାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ