Masthead

ସବୁଆଡେ କୁଢ କୁଢ ଶବ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଓଃ କି ହୃଦୟ ବିଦାରକ ଦୃଶ୍ୟ । ସତରେ ଦେଖିଲେ ଛାତି ଥରିଯାଉଛି । ଚାରିଆଡ଼େ ଖାଲି ଶବ ଆଉ ଶବ । ଶବର ପାହାଡ଼ । ରଖିବା ପାଇଁ ମିଳୁନି ଜାଗା । ସ୍କୁଲ ଘରେ ରଖାଯାଉଛି ଶବ । ଧର୍ଯ୍ୟ ରହୁନି । ଶବର ସମୁଦ୍ରରୁ ଲୋକେ ଖୋଜୁଛନ୍ତି ନିଜ ଆତ୍ମୀୟକୁ । କୁଢ କୁଢ ଶବ ଭିତରୁ କିଏ ପୁଅକୁ ଖୋଜୁଛି ତ କିଏ ବାପାକୁ । ଆଉ କିଏ ଭଉଣୀ ଭାଇକୁ । ସେପଟେ ଶବକୁ ବୋହିବା ପାଇଁ ଲୋକଙ୍କ ପାଖରେ ଧର୍ଯ୍ୟ ବି ରହୁନି । ଅଟୋରେ ଏକା ସାଙ୍ଗରେ କୁଢ କୁଢ ଶବ ଲଦା ଚାଲିଛି । କରମଣ୍ଡଳ ଯେ କାଳ ପାଲଟି ଯିବ କିଏ ବା ଜାଣିଥିଲା । ବାହାନଗାରେ ଘଟିଥିବା ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଦୁର୍ଘଟଣାରେ ଯାଇଛି ଶତାଧିକଙ୍କ ଜୀବନ । ଏବେ ବି ମୃତୁ୍ୟ ସଂଖ୍ୟା ବଢିବାରେ ଆଶଙ୍କା ରହିଛି । ଏପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲେ ବି ଶବକୁ ଚିହ୍ନିବା ପାଇଁ ପ୍ରିୟ ପରୀଜନଙ୍କ ପାଖରେ ଧର୍ଯ୍ୟ ନାହିଁ । ଶହ ଶହ ଲୋକେ ମରି ପଡ଼ିଛନ୍ତି । ଦୃଶ୍ୟ ଦେଖିଲେ ସାଧାରଣଙ୍କ ଲୋକଙ୍କ ଧର୍ଯ୍ୟ ରହୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ