Masthead

ମୃତଦେହ ସମ୍ପର୍କରେ ଜାଣିବା ପାଇଁ ବିଏମସିର ବ୍ୟବସ୍ଥା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୃତଦେହ ସମ୍ପର୍କରେ ଜାଣିବାକୁ ବ୍ୟବସ୍ଥା କରିଛି ବିଏମସି । ବିଏମସି ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ୧୯୨୯ରେ କଲ କରି ମୃତଦେହ ସମ୍ପର୍କରେ ଜାଣି ପାରିବେ ସମ୍ପର୍କୀୟ । ଫୋନ କରି ଜାଣିହେବ ମୃତଦେହ ରଖାଯାଇଥିବା ସ୍ଥାନ । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୬୦ ମୃତଦେହ ଅଣାଯାଇଛି ।

ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତ ଦେହକୁ ରଖାଯାଇଥିବାରୁ ମୃତ ଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଅନ୍ୟପଟେ ଚାଲିଛି ମୃତଦେହ ଚିହ୍ନଟ । ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ ସମସ୍ତ ବ୍ୟବସ୍ଥା କରିଛି । ୪୮ ଘଣ୍ଟା ଭିତରେ ଶେଷ ହେବ ଚିହ୍ନଟ ପ୍ରକ୍ରିୟା । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ