Masthead

୪୮ଘଣ୍ଟା ପରେ କ୍ଷତିଗ୍ରସ୍ତ ବଗି ତଳୁ ଜୀବନ୍ତ ଯାତ୍ରୀ ଉଦ୍ଧାର

ରଖେ ହରି ମାରେ କିଏ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୪୮ଘଣ୍ଟା ପରେ କ୍ଷତିଗ୍ରସ୍ତ ବଗି ତଳୁ ଜୀବନ୍ତ ଯାତ୍ରୀ ଉଦ୍ଧାର । ବାଲେଶ୍ୱର ଜିଲ୍ଲା କରମଣ୍ଡଳ ଦୁର୍ଘଟଣା ପରେ ୧୭କ୍ଷତିଗ୍ରସ୍ତ ବଗିକୁ ରେଳଧାରଣାରୁ ହଟାଇ ଦିଆଯାଇଥିଲା । ମାତ୍ର ଆଜି ସଂଧ୍ୟାରେ ଜଣେ ଯୁବକଙ୍କୁ ସେଇ ବଗିତଳୁ ଉଦ୍ଧାର କରାଯାଇଛି । ରେଳଧାରଣା ମରାମତି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଏହି ଯୁବକଙ୍କୁ ଠାବ କରିଥିଲେ । ପରେ ସମସ୍ତ ରେଳକର୍ମଚାରୀ ମୂମୁର୍ଷୂ ଯୁବକଙ୍କୁ ଉଦ୍ଧାର କରି ସେଠାରେ ଥିବା ଡାକ୍ତର ଟିମଙ୍କ ନିକଟକୁ ନେଇଥିଲେ ।

ଷ୍ଟେସନରେ ଉପସ୍ଥିତ ଡାକ୍ତର ଟିମ୍ ଉକ୍ତ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସୋର ଡାକ୍ତରଖାନାକୁ ପଠାଇ ଦେଇଥିଲେ । ପରେ ଉଦ୍ଧାର ଯୁବକଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୀର୍ଘ ୪୮ଘଣ୍ଟା ଧରି ମରଣ ସହ ଜୁଝୁଥିବା ଯୁବକ ହେଲେ ଆସାାମ-ପଶ୍ଚିମବଙ୍ଗ ସୀମାର ଉତ୍ତରବଡ଼ବିଲ ଅଞ୍ଚଳର ଧୋଲା । ତାଙ୍କ ବାପାଙ୍କ ନାମ ସୁବାସ । ସେ ବିନା ଖାଦ୍ୟ ଓ ବିନା ପାଣିରେ ଦୀର୍ଘ ୪୮ଘଣ୍ଟା ପ୍ରଚଣ୍ଡ ଖରାରେ କିପରି ପଡିରହିଥିଲେ ଉଦ୍ଧାରକାରୀ ଦଳଙ୍କୁ ଚକିତ କରିଛି ।ଧୋଲାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା