ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ । ଖବର ପ୍ରସାରଣ କରିବାକୁ ଯାଇ କିଛି ଅସାମାଜିକ ଲୋକଙ୍କ ଆକ୍ରମଣ ଶିକାର ହୋଇଛନ୍ତି ‘ବଡ ଖବର’ ବାଲିଆପାଳ ପ୍ରତିନିଧି ମନୋରଞ୍ଜନ ପାଣିଗ୍ରାହୀ । ଘଟଣା ଥିଲା ଏମିତି, ଆଜି ପୂର୍ବାହ୍ନ୧୧.୩୦ରେ ମନୋରଞ୍ଜନ ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତରେ ଏକ ଗୋଚର ଜମିରେ ଥିବା ମୂଲ୍ୟବାନ ଗଛ ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣ ର ଶିକାର ହେଲେ ବାଲିଆପାଳ ‘ବଡ଼ ଖବର’ ସାମ୍ବାଦିକ । ଖବର ପ୍ରସାରଣ କରିବାକୁ ଯାଇ କିଛି ବଦମାସ ଓ ମୁଷ୍ଟିମେୟଙ୍କ ଆକ୍ରମଣ ଶିକାର ହୋଇଛନ୍ତି ବଡ଼ ଖବର ବାଲିଆପାଳ ପ୍ରତିନିଧି ମନୋରଞ୍ଜନ ପାଣିଗ୍ରାହୀ ।


ଘଟଣା ଏମିତି ଘଟିଥିଲା ଯେ ଆଜି ସକାଳ ୧୧.୩୦ ସମୟରେ ବାଲିଆପାଳ ବ୍ଲକ ବଲରାମପୁର ପଞ୍ଚାୟତର ଏକ ଗୋଚର ଜମିରେ ଥିବା ମୂଲ୍ୟବାନ ଗଛ ବେଆଇନ ଭାବେ କଟାଯାଉଥିଲା । ଏ ସମ୍ପର୍କରେ ଅଭିଯୋଗ ପାଇ ମନୋରଞ୍ଜନ ସେଠାକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ଖବର ସଂଗ୍ରହ ବେଳେ ଉକ୍ତ ଅଞ୍ଚଳର ୭ ରୁ ୮ ଜଣ ଅସାମାଜିକ ଲୋକ ସାମ୍ବାଦିକ ମନୋରଞ୍ଜନଙ୍କୁ ପ୍ରଥମେ ଧମକାଇ ଥିଲେ । ପରେ ମନୋରଞ୍ଜନ ସେମାନଙ୍କ ଧମକକୁ ନଶୁଣି ଭିଡିଓ ସୁଟ୍ କରୁଥିବା ବେଳେ ସେମାନେ ମନୋରଞ୍ଜନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଶାବଳ ଓ ବାଉଁଶରେ ମନୋରଞ୍ଜନଙ୍କ ମୁଣ୍ଡ ଓ ଗୋଡ଼କୁ ଆଘାତ କରିବା ସହ ତାଙ୍କର ମୋବାଇଲ, ବୁମ, ଆଇକାର୍ଡ ଓ ପର୍ସ ଛଡେଇ ନେଇଥିଲେ । ଗୁରୁତର ମନୋରଞ୍ଜନ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି । ସେ ବର୍ତ୍ତମାନ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!