Masthead

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ । ଖବର ପ୍ରସାରଣ କରିବାକୁ ଯାଇ କିଛି ଅସାମାଜିକ ଲୋକଙ୍କ ଆକ୍ରମଣ ଶିକାର ହୋଇଛନ୍ତି ‘ବଡ ଖବର’ ବାଲିଆପାଳ ପ୍ରତିନିଧି ମନୋରଞ୍ଜନ ପାଣିଗ୍ରାହୀ । ଘଟଣା ଥିଲା ଏମିତି, ଆଜି ପୂର୍ବାହ୍ନ୧୧.୩୦ରେ ମନୋରଞ୍ଜନ ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତରେ ଏକ ଗୋଚର ଜମିରେ ଥିବା ମୂଲ୍ୟବାନ ଗଛ ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣ ର ଶିକାର ହେଲେ ବାଲିଆପାଳ ‘ବଡ଼ ଖବର’ ସାମ୍ବାଦିକ । ଖବର ପ୍ରସାରଣ କରିବାକୁ ଯାଇ କିଛି ବଦମାସ ଓ ମୁଷ୍ଟିମେୟଙ୍କ ଆକ୍ରମଣ ଶିକାର ହୋଇଛନ୍ତି ବଡ଼ ଖବର ବାଲିଆପାଳ ପ୍ରତିନିଧି ମନୋରଞ୍ଜନ ପାଣିଗ୍ରାହୀ ।


ଘଟଣା ଏମିତି ଘଟିଥିଲା ଯେ ଆଜି ସକାଳ ୧୧.୩୦ ସମୟରେ ବାଲିଆପାଳ ବ୍ଲକ ବଲରାମପୁର ପଞ୍ଚାୟତର ଏକ ଗୋଚର ଜମିରେ ଥିବା ମୂଲ୍ୟବାନ ଗଛ ବେଆଇନ ଭାବେ କଟାଯାଉଥିଲା । ଏ ସମ୍ପର୍କରେ ଅଭିଯୋଗ ପାଇ ମନୋରଞ୍ଜନ ସେଠାକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ଖବର ସଂଗ୍ରହ ବେଳେ ଉକ୍ତ ଅଞ୍ଚଳର ୭ ରୁ ୮ ଜଣ ଅସାମାଜିକ ଲୋକ ସାମ୍ବାଦିକ ମନୋରଞ୍ଜନଙ୍କୁ ପ୍ରଥମେ ଧମକାଇ ଥିଲେ । ପରେ ମନୋରଞ୍ଜନ ସେମାନଙ୍କ ଧମକକୁ ନଶୁଣି ଭିଡିଓ ସୁଟ୍ କରୁଥିବା ବେଳେ ସେମାନେ ମନୋରଞ୍ଜନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଶାବଳ ଓ ବାଉଁଶରେ ମନୋରଞ୍ଜନଙ୍କ ମୁଣ୍ଡ ଓ ଗୋଡ଼କୁ ଆଘାତ କରିବା ସହ ତାଙ୍କର ମୋବାଇଲ, ବୁମ, ଆଇକାର୍ଡ ଓ ପର୍ସ ଛଡେଇ ନେଇଥିଲେ । ଗୁରୁତର ମନୋରଞ୍ଜନ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି । ସେ ବର୍ତ୍ତମାନ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ