Masthead

ମଣିପୁରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆକାଶ ଛୁଆଁ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ହିଂସାକୁ ଗୋଟାଏ ମାସରୁ ଅଧିକ ବିତିଲାଣି । ତଥାପି ମେତେଇ ଓ କୁକି ସମୁଦାୟ ମଧ୍ୟରେ ବଡ଼ ଧରଣ ହିଂସା ନହେଲେ ମଧ୍ୟ ଛୋଟ ଛୋଟ ହିଂସା ଦେଖିବାକୁ ମିଳିଛି । ଏହି ହିଂସା କାରଣରୁ ମଣିପୁରରେ ଏବେ ଅତ୍ୟାବଶକୀୟ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି । ପେଟ୍ରୋଲ ଟାଙ୍କିକୁ ପେଟ୍ରୋଲ ଯୋଗାଣ ହୋଇପାରୁନଥିବାରୁ କଳାବଜାରୀମାନେ ଲିଟର ପ୍ରତି ୨୦୦ଟଙ୍କାରୁ ଅଧିକ ଦାମରେ ବିକ୍ରି କରୁଛନ୍ତି । ସେପଟେ ଏଟିଏମରୁ ନଗଦ ଟଙ୍କା ସରିଯାଇଥିବା ଜଣାପଡ଼ିଛି ।

ଖାଲି ସେତିକି ନୁହେଁ ଔଷଧର ଅଭାବ ପଡିଛି । ଫଳରେ ଔଷଧ ଦୋକାନଗୁଡିକ ଦିନରେ କିଛି ଘଣ୍ଟାମାତ୍ର ଦୋକାନ ଖୋଲିବା ପରେ ବନ୍ଦ କରିଦେଉଛନ୍ତି । ମଣିପୁରରେ ଲାଗି ରହିଥିବା ହିଂସା କାରଣରୁ ଏପର୍ୟ୍ୟନ୍ତ ଶହ ଶହ ଲୋକ ନିଜ ବାସସ୍ଥାନ ହରାଇଛନ୍ତି । ଅନ୍ୟପଟେ ବଡ ଧରଣର ହିଂସାକୁ ରୋକିବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ଏବେ ବି ଛୋଟ ଛୋଟ ହିଂସା ଦେଖିବାକୁ ମିଳିଛି । ଫଳରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଖାଦ୍ୟ ସାମଗ୍ରୀ ଠିକ୍ ଭାବେ ମଣିପୁରରେ ପହଂଚିପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ