Masthead

ଶାହିସ୍ତାଙ୍କ ଧରିବା ପାଇଁ ଚାଲିଛି ସର୍ଚ୍ଚ ଅପରେସନ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି । ଉଭୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଉଥିବା ସମୟରେ ଘଟିଥିଲା ଘଟଣା । ଏବେ ଅତିକ ଅହମ୍ମଦଙ୍କ ୫୧ ବର୍ଷିୟା ସ୍ତ୍ରୀ ଶାହିସ୍ତା ପରଓ୍ବିନ ବର୍ତ୍ତମାନ ଉତ୍ତରପ୍ରଦେଶ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅଛନ୍ତି। ଏବେ ଶାହିସ୍ତାଙ୍କୁ ଖୋଜିବା ପାଇଁ ଡ୍ରୋନ ବ୍ୟବହାର କରାଯାଇଛି । ଗଙ୍ଗା କୂଳରେ ଚାଲିଛି ସର୍ଚ୍ଚ ଅପରେସନ । ଏସଟିଏଫ ଓ ପୁଲିସ୍ ଟିମ୍ ପ୍ରୟାଗରାଜ ସମେତ ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଖାନତଲାସୀ ଜାରି ରଖିଛି।

ଏପରିକି ଶାହିସ୍ତା ଓ ତାଙ୍କ ସହଯୋଗୀଙ୍କୁ ଖୋଜିବାକୁ ଡ୍ରୋନ୍ର ସାହାଯ୍ୟ ମଧ୍ୟ ନିଆଯାଉଛି। ସୂଚନାନୁସାରେ, ସୁଟର ଶାବୀର ଏବଂ ଅତିକର ଭଉଣୀ ଆୟେଶାଙ୍କ ସହ ଶାହିସ୍ତା ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଲୁଚି ରହିଛନ୍ତି। ସେଠାରୁ ସେମାନେ ଜଳପଥ ଦେଇ ପଶ୍ଚିମବଙ୍ଗ ଚାଲିଯିବାର ଯୋଜନା କରିଥିବା ସୂଚନା ମିଳିଛି। ପୁଲିସ୍ କବଳରୁ ବର୍ତ୍ତିବା ପାଇଁ ସେମାନେ ବାରମ୍ବାର ନିଜ ଲୋକେସନ ସହ ଫୋନ୍ ନମ୍ବର ବି ପରିବର୍ତ୍ତନ କରୁଛନ୍ତି। ଫଳରେ ସେମାନଙ୍କୁ ଧରିବା ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କ ହତ୍ୟାରେ ଶାହିସ୍ତା ମଧ୍ୟ ଅନ୍ୟତମ ଅଭିଯୁକ୍ତ। ଅତିକ ସାବରମତି ଜେଲ୍ରେ ଥିବା ବେଳେ ଶାହିସ୍ତା ସ୍ୱାମୀଙ୍କୁ ସାକ୍ଷାତ କରିବାକୁ ସେଠାକୁ ଯାଇଥିଲେ। ସେଠାରେ ହିଁ ଉଭୟ ପତିପତ୍ନୀ ମଧ୍ୟରେ ବିଧାୟକ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଥିଲା। ପରେ ଜଣେ ପୁଲିସ୍ କର୍ମଚାରୀ ଜରିଆରେ ଜେଲ୍କୁ ଏକ ଫୋନ୍ ସେଟ୍ ପଠାଇଥିଲେ ଶାହିସ୍ତା । ସେହି ଫୋନ୍ ଦ୍ୱାରା ଷଡଯନ୍ତ୍ର କରାଯାଇ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା