ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡି । ଆଜି ପୁଣି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବ ସିିବିଆଇ ଟିମ । ପୂର୍ବରୁ ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ସକାଳେ ପୁଣି ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ । ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଥିଲା । ଏହା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚିଛି । ଘଟଣାର ପ୍ରାଥମିକ ଯାଂଚ ଆରମ୍ଭ କରିଛନ୍ତି ସିବିଆଇ ଅଧିକାରୀ । କେଉଁ ପରିସ୍ଥିତିରେ କିପରି ଦୁର୍ଘଟଣା ହେଲା ? ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ ।