Masthead

ଦୁବାଇରେ ଆଇପିଏଲ୍ ବୁକି; ମ୍ୟାଚ୍ ଫିକ୍ସିଙ୍ଗ୍ ଯୋଜନା

ଦୁବାଇ: ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ବିଳମ୍ବ ହୋଇଥିଲେ ହେଁ ଏହାର ପ୍ରୟୋଦଶ ସଂସ୍କରଣ ୟୁଏଇରେ ଆରମ୍ଭ ହୋଇଯାଇଛି । କୋଭିଡ୍ କଟକଣା ଭିତରେ ଖେଳାଯାଉଥିବା ଆଇପିଏଲ ମ୍ୟାଚ୍ ଏବେ ରୋମାଚଂକ ହୋଇପଡିଛି । ଖେଳ ପଡିଆକୁ ଦର୍ଶକଙ୍କୁ ବାରଣ ଥିବା ସତ୍ୱେ ଅନଲାଇନ ମାଧ୍ୟମରେ ଦର୍ଶକ ମ୍ୟାଚଗୁଡିକୁ ଉପଭୋଗ କରୁଛନ୍ତି । ପ୍ରତିଦନ ସନ୍ଧ୍ୟାରେ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚଗୁଡିକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛି ।

ଅନ୍ୟପଟେ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚଗୁଡିକ ଦେଖି ବୁକିମାନେ ସକ୍ରିୟ ହେଲେଣି । ମ୍ୟାଚ୍ ଫିକ୍ସି କରିବାକୁ ଯୋଜନା କରୁଛନ୍ତି ବୁକି । କୋଟିକୋଟି ଟଙ୍କାର କାରବାର କରି ମ୍ୟାଚର ଫଳାଫଳ ଓଲଟପାଲଟ କରିବାକୁ ଯୋଜନା କରୁଛନ୍ତି । ଦେଶରେ ବାହାରେ ହେଉଥିବା ଏହି ଆଇପିଏଲ ସିଜିନ ଉପରେ ବୁକିମାନଙ୍କର ନଜର ରହିଛି ।

ବଡକଥା ୟୁଏଇର ଦୁବାଇରେ ବୁକି ସକ୍ରିୟ ଥିବା ଖବର ମିଳିଛି । ହେଲେ ବର୍ତ୍ତମାନ ସୁଦ୍ଧା ବୁକି ନିଜ କାରବାର କରିବାରେ ସଫଳ ହୋଇନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ବିସିସିଆଇର ଆଣ୍ଟି କରପସନ୍ ୟୁନିଟର ମୁଖ୍ୟ ଅଜିତ ସିଂ । ସେ ଆହୁରି କହିଛନ୍ତି ପ୍ରତିବର୍ଷ ବୁକିମାନଙ୍କର ଆଇପିଏଲ ମ୍ୟାଚ ଉପରେ ନଜର ଥାଏ,ଏଥର ବି ରହିଛି । ହେଲେ ବୁକି ଦଳ କିମ୍ବା ନିର୍ଦ୍ଧିଷ୍ଟ ଖେଳାଳୀଙ୍କ ପାଖରେ ପହଞ୍ଚି ପାରନ୍ତି ନାହିଁ । ଏହା ଉପରେ ଆମର କଡା ନଜର ରହିଛି । ଏଥର ଦେଶ ବାହାରେ ତଥା ୟୁଏଇରେ ମ୍ୟାଚ ହେଉଥିବାରୁ ୟୁଏଇ ପୋଲିସ ମଧ୍ୟ ଲଗାତାର ଭାବେ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ଅଜିତ ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ