Masthead

ଦୁବାଇରେ ଆଇପିଏଲ୍ ବୁକି; ମ୍ୟାଚ୍ ଫିକ୍ସିଙ୍ଗ୍ ଯୋଜନା

ଦୁବାଇ: ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ବିଳମ୍ବ ହୋଇଥିଲେ ହେଁ ଏହାର ପ୍ରୟୋଦଶ ସଂସ୍କରଣ ୟୁଏଇରେ ଆରମ୍ଭ ହୋଇଯାଇଛି । କୋଭିଡ୍ କଟକଣା ଭିତରେ ଖେଳାଯାଉଥିବା ଆଇପିଏଲ ମ୍ୟାଚ୍ ଏବେ ରୋମାଚଂକ ହୋଇପଡିଛି । ଖେଳ ପଡିଆକୁ ଦର୍ଶକଙ୍କୁ ବାରଣ ଥିବା ସତ୍ୱେ ଅନଲାଇନ ମାଧ୍ୟମରେ ଦର୍ଶକ ମ୍ୟାଚଗୁଡିକୁ ଉପଭୋଗ କରୁଛନ୍ତି । ପ୍ରତିଦନ ସନ୍ଧ୍ୟାରେ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚଗୁଡିକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛି ।

ଅନ୍ୟପଟେ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚଗୁଡିକ ଦେଖି ବୁକିମାନେ ସକ୍ରିୟ ହେଲେଣି । ମ୍ୟାଚ୍ ଫିକ୍ସି କରିବାକୁ ଯୋଜନା କରୁଛନ୍ତି ବୁକି । କୋଟିକୋଟି ଟଙ୍କାର କାରବାର କରି ମ୍ୟାଚର ଫଳାଫଳ ଓଲଟପାଲଟ କରିବାକୁ ଯୋଜନା କରୁଛନ୍ତି । ଦେଶରେ ବାହାରେ ହେଉଥିବା ଏହି ଆଇପିଏଲ ସିଜିନ ଉପରେ ବୁକିମାନଙ୍କର ନଜର ରହିଛି ।

ବଡକଥା ୟୁଏଇର ଦୁବାଇରେ ବୁକି ସକ୍ରିୟ ଥିବା ଖବର ମିଳିଛି । ହେଲେ ବର୍ତ୍ତମାନ ସୁଦ୍ଧା ବୁକି ନିଜ କାରବାର କରିବାରେ ସଫଳ ହୋଇନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ବିସିସିଆଇର ଆଣ୍ଟି କରପସନ୍ ୟୁନିଟର ମୁଖ୍ୟ ଅଜିତ ସିଂ । ସେ ଆହୁରି କହିଛନ୍ତି ପ୍ରତିବର୍ଷ ବୁକିମାନଙ୍କର ଆଇପିଏଲ ମ୍ୟାଚ ଉପରେ ନଜର ଥାଏ,ଏଥର ବି ରହିଛି । ହେଲେ ବୁକି ଦଳ କିମ୍ବା ନିର୍ଦ୍ଧିଷ୍ଟ ଖେଳାଳୀଙ୍କ ପାଖରେ ପହଞ୍ଚି ପାରନ୍ତି ନାହିଁ । ଏହା ଉପରେ ଆମର କଡା ନଜର ରହିଛି । ଏଥର ଦେଶ ବାହାରେ ତଥା ୟୁଏଇରେ ମ୍ୟାଚ ହେଉଥିବାରୁ ୟୁଏଇ ପୋଲିସ ମଧ୍ୟ ଲଗାତାର ଭାବେ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ଅଜିତ ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ