Masthead

ବାପାର ବିଶ୍ୱାସ ଜିତିଲା , ଶବର ପାହାଡ଼ରୁ ଉଦ୍ଧାର ହେଲା ଜୀବନ୍ତ ପୁଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବାଲେଶ୍ୱର ଟ୍ରେନଟ୍ରାଜେଡି । କରମଣ୍ଡଳ ନେଇଛି ଅନେକ ଜୀବନ । କିନ୍ତୁ ଏହାରି ଭିତରେ ଆସିଛି ଚକିତ କରିଦେବା ଭଳି ଖବର । ପୁଅର ମରିବା ଖବରକୁ ବିଶ୍ୱାସ କରିନଥିଲେ ବାପା । ପଶ୍ଚମିବଙ୍ଗରୁ ୨୩୦ କିମି ଆମ୍ବୁଲାନ୍ସ ଧରି ସୁଦୂର ବାଲେଶ୍ୱରକୁ ଆସିଥିଲେ । ବାହାନଗା ହାଇସ୍କୁଲ ପରିସର ଅସ୍ଥାୟୀ ଶବାଗାରରେ ଥିଲା ଗଦା ଗଦା ଶବ । ଛାତିକୁ ଦମ୍ଭ କରି ଧଳା ଚାଦର ଆଡ଼େଇ ବାପା ଖୋଜିଥିଲେ ପୁଅକୁ । ସେଇ ଶବର ପାହାଡ ଭିତରୁ ପୁଅକୁ ପାଇଲେ ସେ ପୁଣି ଜୀବିତ ଅବସ୍ଥାରେ । ବାଲେଶ୍ବର ଡାକ୍ତରଖାନାରେ ପୁଅର କରିଥିଲେ ଚିକିତ୍ସା । ପରେ ଉନ୍ନତ ଚିକିତ୍ସା ପାଇଁ କୋଲକାତା ନେଇ ଯାଇଛନ୍ତି । ପଶ୍ଚିମବଙ୍ଗର ହେଳାରାମ ମଲ୍ଲିକ। ପୁଅ ବିଶ୍ୱଜିତ ମଲ୍ଲିକ । ବୟସ ୨୪ ବର୍ଷ । ଜୁନ୍ ୨ ତାରିଖ ଶୁକ୍ରବାର ଅପରାହ୍ନ ୩ଟା ୩୫ରେ କୋଲକାତା ଶାଲିମାର୍ ଷ୍ଟେସନ୍‌ରେ ପୁଅ ବିଶ୍ୱଜିତଙ୍କୁ ଛାଡ଼ି ଆସିବାର କିଛିସମୟ ପରେ ହାୱାଡ଼ାରେ ନିଜ ଦୋକାନ ଖୋଲିଥିଲେ ହେଳାରାମ। ଆଉ ଏତିକି ବେଳେ ତାଙ୍କୁ ମିଳିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ଖବର।

ବିଚଳିତ ଅବସ୍ଥାରେ ପୁଅ ବିଶ୍ୱଜିତଙ୍କ ମୋବାଇଲ୍ ଫୋନ୍‌କୁ କଲ୍ କଲେ ହେଳାରାମ। ଜବାବ ମିଳିଥିଲା, ବାପା ମୁଁ ବଞ୍ଚିଛି । କିଛି ନ ବିଚାରି ହେଳାରାମ ଆମ୍ବୁଲାନ୍ସ ଧରି ରାତାରାତି ବାହାରି ଆସିଥିଲେ ବାଲେଶ୍ବର। କିନ୍ତୁ ବାଲେଶ୍ବରର କୌଣସି ଡାକ୍ତରଖାନାରେ ସେମାନେ ବିଶ୍ୱଜିତଙ୍କ ସନ୍ଧାନ ପାଇନଥିଲେ। ପହଞ୍ଚିଥିଲେ ଶବ ରଖାଯାଇଥିବା ଗୃହକୁ । ଚାଦର ଉଠାଇ ଜଣକ ପରେ ଜଣକୁ ଦେଖିଥିଲେ। ଭୟ ଓ ଆଶଙ୍କାରେ ଶବ ପାହାଡ଼ ଭିତରେ ଖୋଜି ଚାଲିଥିଲେ ପୁଅକୁ। ଏହିସମୟରେ ଜଣକର ହାତ ଥରୁଥିବା ସେଠାରେ କେହି ଜଣେ ଦେଖିବା ପରେ ଚହଳ ପଡ଼ିଗଲା। ହେଳାରାମ ସେହି ଶବ ପାଖକୁ ଯାଇ ହାତଟି ତାଙ୍କ ପୁଅ ବିଶ୍ୱଜିତଙ୍କ ବୋଲି ଚିହ୍ନିଥିଲେ। ଭୀଷଣ ଆହତ ହୋଇ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ହେଳାରାମ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନେଇଥିଲେ। ପରେ କୋଲକାତା ଫେରିଯାଇଥିଲେ । କୋଲ୍କତାର ଏସଏସକେଏମ୍ ହସ୍ପିଟାଲର ଟ୍ରମା କେୟାର୍ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ବିଶ୍ୱଜିତଙ୍କର ଚେତା ଏଯାଏ ଫେରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି