Masthead

ପରିବେଶ ଦିବସରେ ସଂଭାବନାର ଆଲୋଚନା ଚକ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୁନ ୫ ବିଶ୍ୱ ପରିବେଶ ଦିବସ, ଏହି ଦିବସ ଅବସରରେ ଗତକାଲି ସନ୍ଧ୍ୟାରେ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ସମ୍ଭାବନା ପକ୍ଷରୁ ପରିବେଶ ଓ ପରମ୍ପରାର ପର୍ବ ରଜ ଶୀର୍ଷକ ଆଲୋଚନା ହୋଇଯାଇଛି । ସମ୍ଭାବନା ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ସୁବକ୍ତା ଦାଶ ବେନହୁର ଓ ପରିବେଶ ଯନ୍ତ୍ରୀ ଡ଼ ନିହାର ରଞ୍ଜନ ସାହୁ ଯୋଗଦେଇ ପରିବେଶ ର ସୁରକ୍ଷା କେଉଁଭଳି ମଣିଷ ସମାଜ ର ସ୍ଥାୟୀତ୍ବ ପାଇଁ ଆବଶ୍ୟକ ଆଲୋଚନା କରିଥିଲେ ।

ଏହା ସହିତ ରଜ ଉପରେ ଆଲୋଚନା କରି ରଜ ପରିବେଶର ପର୍ବ ବୋଲି କହିଥିଲେ । ସମ୍ଭାବନା ର ସମ୍ପାଦକ ଦେବପ୍ରସାଦ ପରିଜାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଅବସରରେ, ସେ ସମ୍ଭାବନା ସହିତ ପ୍ରଥମ ଥର ପାଇଁ ବିଶ୍ୱ ପରିବେଶ ଦିବସ ପାଳନ କରିଥିବା କହିଥିଲେ । ସମ୍ଭାବନା ଆଗାମୀ ଦିନରେ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାମ ଆରମ୍ଭ କରିବ ବୋଲି ମଧ୍ୟ ସେ କହିଛନ୍ତି । ଏହି କାର୍ୟ୍ୟକ୍ରମରେ ୨୦୨୩ ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ସୌଭାଗ୍ୟଲଷ୍ମୀ ମହାନ୍ତି, ଓଡ଼ିଆଣୀ ସମିତିର ସଭାନେତ୍ରୀ ଶ୍ରୀମତୀ ସୌଦାମିନୀ ସାମଲ, ସମ୍ଭାବନା ଟ୍ରଷ୍ଟି ସ୍ମୃତି ମହାନ୍ତି ଯୋଗଦେଇଥିବା ବେଳେ ଗାୟିକା ଛନ୍ଦା ମିଶ୍ର ପରିବେଶ ଉପରେ ସଂଗୀତ ପରିବେଷଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ