Masthead

ଚାଷୀଙ୍କ ପାଇଁ ଖୁସି ଖବର : ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କିଷାନ ରେଳ ମାଧ୍ୟମରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଫଳ ଓ ପନିପରିବା ପରିବହନରେ ୫୦ ପ୍ରତିଶତ ସବସିଡି ଦେବାକୁ ସରକାର ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବସିଡି ଅପରେସନ୍ ଗ୍ରୀନ୍-ଟପ୍ ଟୁ ଟୋଟାଲ୍ ସ୍କିମ୍ ଅଧୀନରେ ଦିଆଯିବ । ଏହାର ଅର୍ଥ କୃଷକମାନେ ବର୍ତ୍ତମାନ କମ୍ ମୂଲ୍ୟରେ ସେମାନଙ୍କର ଉତ୍ପାଦିତ ଫସଲକୁ ନୂତନ ବଜାରକୁ ପଠାଇବାକୁ ସକ୍ଷମ ହେବେ। ଏହା ସେମାନଙ୍କର ଆୟ ବୃଦ୍ଧିରେ ସହାୟକ କରିବ ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଏକ ଅଂଶ ଭାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ପାଇଲଟ ଆଧାରରେ ଅପରେସନ୍ ଗ୍ରୀନ୍ ସ୍କିମକୁ ବୃଦ୍ଧି କରିବ। ଟମାଟୋ, ପିଆଜ, ଆଳୁ, ସମସ୍ତ ଫଳ ଏବଂ ପନିପରିବା କିଷାନ ରେଳ ମାଧ୍ୟମରେ ପରିବହନ କରିବାକୁ ଚାଷୀମାନଙ୍କୁ ସରକାର ଆହ୍ୱାନ ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ସରକାର ‘କିସାନ୍ ରେଳ’ ଚଳାଇବାକୁ ଘୋଷଣା କରିଛନ୍ତି । କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ ହାସଲ ପାଇଁ କୃଷି ଏବଂ କୃଷକଙ୍କ ସମୃଦ୍ଧିର ଆବଶ୍ୟତା ରହିଛି । ଥାନଜାଭୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡ୍ ପ୍ରୋସେସିଂ ଟେକ୍ନୋଲୋଜି (ଆଇଆଇଏଫଟି) ର ଛାତ୍ରଛାତ୍ରୀମାନଙ୍କ ପାଇଁ ଆବାସିକ କ୍ୟାମ୍ପସ୍ ଉଦଘାଟନ କରି ତୋମାର କହିଛନ୍ତି ଯେ ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରାଥମିକ କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି। କୃଷି କ୍ଷେତ୍ରର ଦ୍ରୁତ ବିକାଶ ଏବଂ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ସରକାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା