ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ଦିନକୁ ଦିନ ସଂଗୀନ ହେଉଛି ସ୍ଥତି । ବୈଠକ ପରେ ବି ଥମୁନି ହିଂସା । ସୁରକ୍ଷାକର୍ମୀ ଓ ଉପଦ୍ରବୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ । ମଙ୍ଗଳବାର ଗୁଳିମାଡ଼ ରେ ଜଣେ ବିଏସଏଫ ଯବାନଙ୍କ ସହିଦ ହୋଇଥିବା ଜଣାପଡ଼ିଛି । ଜୁନ ୧୦ ପର୍ଯ୍ୟନ୍ତ ପୁରା ରାଜ୍ୟରେ ଇଂଟରନେଟ ସେବା ବନ୍ଦ ରଖାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲଗାଯାଇଛି କଫ୍ୟୁ । ଜଗି ରହିଛନ୍ତି ଆସାମ ରାଇଫଲ, ବିଏସଏଫ ଓ ମଣିପୁର ପୁଲିସ । ମୋଟ ୧୦ହଜାର ସୁରକ୍ଷାକର୍ମୀଙ୍କ କଡ଼ା ନଜରରେ ରହିଛି ସମଗ୍ର ମଣିପୁର ।