Masthead

ସ୍ୱରୂପଙ୍କ ରାସ୍ତାର କଣ୍ଟା ହେବେ କି ରବି ?

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ଟିକେଟ ପାଇବା ପାଇଁ ସମୂର୍ଣ୍ଣ ଆଶା ବାନ୍ଧିଥିଲେ । ସେ ଅଥବା ତାଙ୍କ ପତ୍ନୀ ଙ୍କୁ ଟିକେଟ ମିଳିବ । ହେଲେ ଦଳ ସୁପ୍ରିମୋଙ୍କ ଡ଼ାକରା ଆସିଲା ହଠାତ ସୋମବାର । ଭୁବନେଶ୍ୱରରେ ଥିବା ମୁଖ୍ୟ କାର୍ଯ୍ୟାଳଳୟ କୁ ଡାକି ହାତରେ ବାଲେଶ୍ୱର ପାଇଁ ବାଛିଥିବା ପ୍ରାର୍ଥୀଙ୍କ ନାମକୁ ବିଜେଡି ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କୁ ଧରେଇ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।
ରବୀନ୍ଦ୍ର ଜେନା ବାଲେଶ୍ୱର ବିଜେଡି ପାଇଁ ନୂଆ ଚେହେରା ନୁହନ୍ତି । ବାଲେଶ୍ୱର ଲୋକସଭା ଆସନରୁ ଥରେ ସେ ନିର୍ବାଚିତ ହୋଇ ସାରିଛନ୍ତି । ରାଜନୀତିରେ ପାରଙ୍ଗମ ହୋଇ ନଥିଲେ ମଧ୍ୟ ରବୀନ୍ଦ୍ରଙ୍କର ଗୋଟି ଚାଳନାରେ ପରିପକ୍ଵତା ଓ ଅଭିଜ୍ଞତାକୁ କେହି ଅସ୍ୱୀକାର କରିବେ ନାହିଁ । ଦଳ ସଂଚାଳନ କରିବାରେ ସେ ବେଶ୍ ମାହିର । ଏପରିକି ବାଲେଶ୍ୱର ବିଜେଡି ଦଳରେ ପ୍ରତ୍ୟେକଟି ଛୋଟ ବଡ଼ କାମ ତାଙ୍କରି ପ୍ରତ୍ୟକ୍ଷ ତଦାରଖରେ ହୁଏ ବୋଲି ଅନେକଙ୍କ ଠାରୁ ଶୁଣିବାକୁ ମିଳେ ।

ଏତେ ସବୁ ସତ୍ଵେ ବିଜେଡି ସୁପ୍ରିମୋ କ’ଣ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପାରିଲେନି । ବିଜେଡି ଟିକେଟ ପାଇଥିବା ସ୍ୱରୂପ ଦାସ ରେସ୍ରେ ଆଦୌ ନଥିଲେ । ତେବେ ରବୀନ୍ଦ୍ରଙ୍କୁ ଟିକେଟ ନମିଳିବାରୁ ଦୁଇଦିନ ଧରି ଯେପରି ବାଲେଶ୍ୱର ବିଜେଡି କାର୍ୟ୍ୟାଳୟରେ ହଟଗୋଳହୋଇଥିଲା, ତାହା ତାଙ୍କପ୍ରତି ଥିବା ସମର୍ଥନର ବଳିଷ୍ଠ ପ୍ରମାଣ । ତେବେ ହୋ ହାଲ୍ଲାକୁ ଦେଖି ଖୋଦ ବିଜେଡିର ବଡ଼ ନେତାମାନେ ବାଲେଶ୍ୱରେ ପହଞ୍ଚିଲେ । ଘନ ଘନ ରୁଦ୍ଧଦ୍ୱାର ବୈଠକ ଚାଲିଲା । ରବୀନ୍ଦ୍ରଙ୍କୁ ବୁଝେଇ ଦିଆଗଲା । ମାତ୍ର ତାଙ୍କ ପ୍ରତି ହୋଇଥିବା ରାଜନୈତିକ ଅପମାନକୁ ସେ କ’ଣ ସହଜରେ ଭୁଲିଯିବେ । ସେ ଜଣେ ଶୃଙ୍ଖଳିତ କର୍ମୀ , ଦଳ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସେ ଆଦୌ ଅନାଦର କରିପାରିବେ ନାହିଁ ବୋଲି କହୁଥିବା ରବୀନ୍ଦ୍ର ସତରେ କ’ଣ ସ୍ୱରୂପଙ୍କ ପ୍ରତି ସମର୍ଥନ ଦେଇ ପାରିବେ । ତେବେ ବିଜେଡିର ଏହି ଅନ୍ତଃ କନ୍ଦଳ ବିଜେପି ପ୍ରାର୍ଥୀଙ୍କୁ ସୁହାଇବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ