Masthead

ଟଙ୍କା ପାଇଁ ନିଶାଡି ନେଲେ ନାବାଳକ ଜୀବନ ।

ନିଶାଡି ଙ୍କ ଟାର୍ଗେଟ ରେ ନାବାଳକ !

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜଧାନୀ ରେ ବଢ଼ି ଚାଲିଛି ନିଶା ଖୋର୍ ମାନଙ୍କ ଅପରାଧ । ଗୋଡ଼ାଇ ଗୋଡ଼ାଇ ହାଣିଲେ ନାବାଳକ ଙ୍କୁ!
ଗତ ୨ ତାରିଖ ସନ୍ଧ୍ୟା ସମୟରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳ ରେ ରହୁଥବା ଜଣେ ନାବାଳକ ଘରୁ ସଉଦା ଆଣିବାକୁ ସ୍ଥାନୀୟ ବଜାର କୁ ଯାଇଥିଲେ । ବଜାର ଯିବା ବାଟରେ କିଛି ଯୁବକ ନିଶା କରୁଥିବା ବେଳେ ନଜର ରେ ପଡ଼ିଥିଲେ ଏହି ନାବାଳକ । ହଠାତ୍ ଯୁବକ ମାନେ ଉକ୍ତ ନାବାଳକ ଙ୍କୁ ଜୋରଜବରଦସ୍ତ ପଇସା ମାଗିଥିଲେ ମାତ୍ର ନାବାଳକ ଜଣକ ଯୁବକ ମାନଙ୍କୁ ଟଙ୍କା ଦେବାପାଇଁ ମନା କରୁଥିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା ଓ ତାପରେ ଉକ୍ତ ଯୁବକ ମାନେ ଏକ ମାରଣାସ୍ତ୍ର ସାହାଯ୍ୟ ରେ ଗୋଡ଼ାଇ ଗୋଡ଼ାଇ ନାବାଳକ ଙ୍କୁ ହାଣୀ ଗୁରୁତର କରିଥିଲେ । ଉକ୍ତ ନାବାଳକ ଜଣକ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ କେତେକ ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ମାତ୍ର ସେଠି ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ନାବାଳକ ଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଥାନା ଅଧିକାରୀ ଙ୍କ ବିଳମ୍ବିତ କାର୍ଯ୍ୟ ପାଇଁ ତାଙ୍କ ପୁଅ ର ଜୀବନ ଗଲା।
ଏ ନେଇ ଭରତପୁର ଅଞ୍ଚଳ ରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକ ଖଣ୍ଡଗିରି ଥାନା ରେ ଧାରଣା ଦେଇଥିଲେ ଓ ଦୋଷୀ କୁ ଗିରଫ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନା ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ପରେ ଚୁପ୍ ହୋଇ ବସିଥିବା ପୋଲିସ ତତ୍ପରତା ଦେଖାଇ କେଶ ନମ୍ବର ୫୪୦/୨୦ ଏକ ହତ୍ୟା ମାମଲା ରୁଜୁ କରି ଦୋଷୀ ଙ୍କୁ ଧରି ବା ପାଇଁ ତନାଘନା ଆରମ୍ଭ କରି ଥିଲା ଖଣ୍ଡଗିରି ପୋଲିସ ଓ ଶେଷରେ ୪ ଜଣଙ୍କୁ ଗିରଫ କରିଥିଲା ।
ଅଭିଯୁକ୍ତ ଙ୍କ ନାମ ପପୁ ଓ ଶିବ ହୋଇଥିବାବେଳେ, ଆଉ ଅନ୍ୟ ଦୁଇ ଜଣଙ୍କୁ ଧରି ସେମାନେ ନାବାଳକ କି ନୁହେଁ ସେମାନଙ୍କୁ ଯାଞ୍ଚ୍ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି।
ପରିବାର ଲୋକଙ୍କ କହିବା ଅନୁସାରେ ବେପରୁଆ ପୋଲିସ ପାଇଁଁ ତାଙ୍କ ନାବାଳକ ପୁଅ ର ଜୀବନ ବଳି ପଡ଼ିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ