ହରିଚନ୍ଦନପୁର (ବଡ଼ ଖବର ବ୍ୟୁରୋ): ସାଙ୍ଗକୁ ଗୁଳି କଲା ସାଙ୍ଗ । ଅଳ୍ପକେ ବର୍ତ୍ତିଲେ ସାଙ୍ଗ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସିଂଘବିଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ସାଙ୍ଗକୁ ସାଙ୍ଗ ମାରିଲା ଗୁଳି । ଆହାତ ବ୍ୟକ୍ତି ହେଲେ ପୂର୍ଣ୍ଣଚନ୍ଦ୍ର ଦାସ୍ । ଅଭିଯୁକ୍ତ ଜଣଙ୍କ ଗୁଳିକରି ଫେରାର୍ ହୋଇଥିବା ବେଳେ ଆହାତ ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।