Masthead

ହାଇୱାକୁ ଧକ୍କା ଦେଲା କାର, ୨ ଶିଶୁ ସମେତ ୫ ମୃତ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବିଳମ୍ବିତ ରାତିରେ ଅଘଟଣ । ହାଇୱାକୁ ପଛରୁ ଧକ୍କା ଦେଲା କାର । ୨ ଶିଶୁ ସମେତ ୫ ମୃତ । ବଲାଙ୍ଗୀରରେ ମଧ୍ୟରାତ୍ରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛୁଇଁବନ୍ଧ ନିକଟରେ ଅଭାବନୀୟ ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର । ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଗୁରୁତର ମହିଳା ବୁର୍ଲା ସ୍ଥାନାନ୍ତର । ଆଗରପୁରରୁ ଭୋଜି ଖାଇ ଫେରିବା ବେଳେ ଏହି ଅଘଟଣ ଘଟିଛି । ମୃତକମାନେ ଗୋଟିଏ ପରିବାରର ।

ରାମଜୀପଡାର ଆୟୁର୍ବେଦିକ ଡାକ୍ତର ଜୟନ୍ତ ନାୟକଙ୍କ ପୁଅ, ଝିଅ, ନାତି, ନାତୁଣୀ ଓ ପୁଅର ଶାଳକ ମୃତକଙ୍କ ମଧ୍ୟରେ ରହିଛନ୍ତି । ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଅମନ ନାଏକ, ତାଙ୍କ ଭଉଣୀ ତଥା କନ୍ଧପାଲିର ସୀତାକାନ୍ତ ସାଏଙ୍କ ପତ୍ନୀ ଇପ୍ସିତା ସାଏ, ଇପ୍ସିତାଙ୍କ ୬ ବର୍ଷର ଝିଅ ରିୟା ସାଏ, ଆତ୍ମଜଙ୍କ ମାମୁ ତଥା ସଦେଇପାଲିର ସ୍ୱର୍ଗତ ମହେନ୍ଦ୍ର ସାଏଙ୍କ ପୁଅ ଦୀପ୍ତିରଂଜନ ସାଏ ଏବଂ ଦୀପ୍ତିରଂଜନଙ୍କ ଝିଅ ମାହିଙ୍କର ମୃତ୍ୟୁ ହୋଇଛି । ଗୁରୁତର ଆରତୀ ନାଏକ ଏବଂ ରଶ୍ମିତା ସାଏଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି । ଖବରପାଇ ବଲାଙ୍ଗୀର ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ବଲାଙ୍ଗୀର ଡାକ୍ତରଖାନା ପଠାଇଥିଲା ସେଠାରୁ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ