ହାଇୱାକୁ ଧକ୍କା ଦେଲା କାର, ୨ ଶିଶୁ ସମେତ ୫ ମୃତ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବିଳମ୍ବିତ ରାତିରେ ଅଘଟଣ । ହାଇୱାକୁ ପଛରୁ ଧକ୍କା ଦେଲା କାର । ୨ ଶିଶୁ ସମେତ ୫ ମୃତ । ବଲାଙ୍ଗୀରରେ ମଧ୍ୟରାତ୍ରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛୁଇଁବନ୍ଧ ନିକଟରେ ଅଭାବନୀୟ ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର । ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଗୁରୁତର ମହିଳା ବୁର୍ଲା ସ୍ଥାନାନ୍ତର । ଆଗରପୁରରୁ ଭୋଜି ଖାଇ ଫେରିବା ବେଳେ ଏହି ଅଘଟଣ ଘଟିଛି । ମୃତକମାନେ ଗୋଟିଏ ପରିବାରର ।

ରାମଜୀପଡାର ଆୟୁର୍ବେଦିକ ଡାକ୍ତର ଜୟନ୍ତ ନାୟକଙ୍କ ପୁଅ, ଝିଅ, ନାତି, ନାତୁଣୀ ଓ ପୁଅର ଶାଳକ ମୃତକଙ୍କ ମଧ୍ୟରେ ରହିଛନ୍ତି । ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଅମନ ନାଏକ, ତାଙ୍କ ଭଉଣୀ ତଥା କନ୍ଧପାଲିର ସୀତାକାନ୍ତ ସାଏଙ୍କ ପତ୍ନୀ ଇପ୍ସିତା ସାଏ, ଇପ୍ସିତାଙ୍କ ୬ ବର୍ଷର ଝିଅ ରିୟା ସାଏ, ଆତ୍ମଜଙ୍କ ମାମୁ ତଥା ସଦେଇପାଲିର ସ୍ୱର୍ଗତ ମହେନ୍ଦ୍ର ସାଏଙ୍କ ପୁଅ ଦୀପ୍ତିରଂଜନ ସାଏ ଏବଂ ଦୀପ୍ତିରଂଜନଙ୍କ ଝିଅ ମାହିଙ୍କର ମୃତ୍ୟୁ ହୋଇଛି । ଗୁରୁତର ଆରତୀ ନାଏକ ଏବଂ ରଶ୍ମିତା ସାଏଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି । ଖବରପାଇ ବଲାଙ୍ଗୀର ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ବଲାଙ୍ଗୀର ଡାକ୍ତରଖାନା ପଠାଇଥିଲା ସେଠାରୁ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ