ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର  ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ  କମିବ । ରବିବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି ।  ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି  ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା ।

ଦାରିଙ୍ଗିବାଡ଼ିରେ  ଶନିବାର ୧୯ ଡିଗ୍ରୀ ଥିବାବେଳେ  ରବିବାର ଏହା ୧୮ ଡିଗ୍ରୀକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା  ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି । ସେହିପରି  ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି । ଭୁବନେଶ୍ୱରରେ ଶନିବାର ସର୍ବନିମ୍ନ ତଥା ରାତି ତାପମାତ୍ରା ୨୪ ଡିଗ୍ରୀ ରହିଥିଲା ରବିବାର ଏହା ଖସି ୨୨.୬ ଡିଗ୍ରୀ  ହୋଇଛି । କଟକର ତାପମାତ୍ରା ଶନିବାର ୨୩ ଡିଗ୍ରୀ ଥିବା ବେଳେ ରବିବାର ଏହା  ୨୧.୮ ଡିଗ୍ରୀକୁ ଖସିଥିଲା ।

ରବିବାର  ରାତିରେ ରାଉରକେଲାର ତାପମାତ୍ରା  ୨୧.୫ ଡିଗ୍ରୀ, କେନ୍ଦ୍ରାପଡ଼ାର ୨୧.୬,  ଜଗତ୍‌ସିଂହପୁରର ୨୨.୬, ଖୋର୍ଦ୍ଧାର  ୨୨.୫, ନବରଙ୍ଗପୁରର ୨୧.୪,  ଦେବଗଡ଼ର ୨୨.୫, ଯାଜପୁରର ୨୧.୬,  ଢେଙ୍କାନାଳର ୨୨.୪, ସୋନପୁରର ୨୨  ଡିଗ୍ରୀ, ପାରଳଖେମୁଣ୍ଡିର ୨୧ ଡିଗ୍ରୀ,  ସୁନ୍ଦରଗଡ଼ର ୨୦.୮, କେନ୍ଦୁଝରର ୨୦.୪,  ଝାରସୁଗୁଡ଼ାରେ ୧୯.୩, ଅନୁଗୁଳରେ  ୧୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ  କରାଯାଇଛି । ପୁରୀରେ ରାତି ତାପମାତ୍ରା  ସର୍ବାଧିକ ୨୫.୮ ଡିଗ୍ରୀ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ