Masthead

ସାମାନ୍ୟ ବର୍ଷାରେ ଧୋଇଗଲା ଷ୍ଟାଡିୟମ୍

ବେଗୁନିଆପଡ଼ା (ବଡ଼ ଖବର ବ୍ୟୁରୋ): ବେଗୁନିଆ ବର୍ଷା ଯୋଗୁ କୋଦଳା ଏନଏସିରେ ଚାଲିଥିବା ନବନିର୍ମିତ ଇନଡୋର ଷ୍ଟାଡିୟମର ଏକ ଅଂଶ ଧୋଇଯାଇଥିବା ଦେଖିଯାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି ।  ସୂଚନା ଅନୁସାରେ ଗତ ୧୬ ଡିସେମ୍ବର  ୨୦୨୧ ରେ କୋଦଳା ତହସିଲ ପଡିଆରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଉକ୍ତ  ଷ୍ଟାଡିୟମ୍ ନିର୍ମାଣ  କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଚାଲୁ ରହିଛି। ତେବେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି କାଉନସିଲର ମଧୁସୂଦନ ଜେନା ।

ସାମାନ୍ୟ ବର୍ଷାରେ ଇନଡୋର ଷ୍ଟାଡିୟମର ଧୋଇ ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ କୋଟି ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁଥିବା  ବେଳେ ଆଗକୁ ଆଉ କେଉଁ ଅଂଶ ଧସେଇ ଯିବାର ଆଶଂକା ମଧ୍ୟ ରହିଛି। ଘଟଣାକୁ ନେଇ ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଭେଟି ଏନେଇ ପଦକ୍ଷେପ ନେବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ଘଟଣାକୁ ନେଇ କୋଦଳା ଏନଏସି ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି। ଠିକାଦାର ପୋଷଣ ନୀତି ଚାଲିଛି ଏବଂ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା  ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି କହିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ଆସନ୍ତା କାଲି ସେଠାକୁ ଯାଇ ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବେ ବୋଲି ସେ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା