Masthead

ୟୁଟ୍ୟୁବ ପାଇଁ ଆମାଜନ ଓ ଫ୍ଲିପକାର୍ଟଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ଆମ ଦେଶରେ ବିଭିନ୍ନ ପ୍ରକାରର ସପିଙ୍ଗ ସାଇଟ ମାନ ଅଛି । ପେଯରିକି ଆମାଜନ୍‌, ଫ୍ଲିପକାର୍ଟ, ଏହିପରି ବିଭିନ୍ନ ପ୍ରକାରର ସପିଙ୍ଗ ସାଇଟ୍‌, ଯେଉଁଥିରୁ ଆମେ ଘରେ ବସି ନିଜ ପସନ୍ଦ ମୁତାବକ ଜିନିଷ କିଣିପାରୁଛୁ । କିନ୍ତୁ ଏଥିରେ ଏବେ ଆଉ ଏକ ନୂଆମୋଡ଼ ଦେଖିବାକୁ ମିଳିବ । କାରଣ ଏବେ ୟୁଟ୍ୟୁବ ଏହାର ପ୍ରଥମ ଅଫିସିଆଲ ସପିଂ ଚ୍ୟାନେଲକୁ ଲଞ୍ଚ କରିବାକୁ ଯାଉଛି । ଏହା ପ୍ରଥମେ ଦକ୍ଷିଣ କୋରିଆରେ ଆରମ୍ଭ ହେବ ଏବଂ କୋରିଆ ଭାଷାରେ ମଧ୍ୟ କାର୍ଯ୍ୟ କରିବ । ୟୁଟ୍ୟୁବ ଏହାର ସପିଂ ଚ୍ୟାନେଲକୁ ଲଞ୍ଚ କରିବ । ଯାହା ଫ୍ଲିପକାର୍ଟ ଏବଂ ଆମାଜନ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବାକୁଯାଉଛି । କାରଣ ୟୁଟ୍ୟୁବ ହେଉଛି ଗୁଗୁଲର ଏକ କମ୍ପାନୀ ଏବଂ ଏହାର ସପିଂ ଚ୍ୟାନେଲର ୩୦ଟି ବ୍ରାଣ୍ଟକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହାର ୟୁଜର ସଂଖ୍ୟା ମଧ୍ୟ ବହୁତ ଅଧିକ । ତେଣୁକରି ଏହା ଆମାଜନ ଏବଂ ଫ୍ଲିପକାର୍ଟକୁ କଡା ଟକ୍କର ଦେବ । ଫଳରେ ଦକ୍ଷିଣ କୋରିଆ ଲାଇଭ ଷ୍ଟ୍ରିମିଂ କମର୍ସିଆଲ ବ୍ୟବସାୟର ଯାଂଚ ବୃଦ୍ଧି ହେବାକୁ ଯାଉଛି । କିନ୍ତୁ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ଏହି ଲାଇଭ ଷ୍ଟ୍ରିମିଂ ସପିଂ? ଯେତେବେଳେ ଆପଣ ସିଧାସଳଖ ଲାଇଭ ଭିଡିଓ ଷ୍ଟ୍ରିମିଂ ଦେଖି ସପିଂ କରନ୍ତି ତାହାକୁ ଲାଇଭ ଷ୍ଟ୍ରିମିଂ ସପିଂ କୁହାଯାଏ । କାରଣ ଏହାଦ୍ୱାରା ପ୍ରଡକ୍ଟ ଗୁଡିକ ଭିଡିଓରେ ପ୍ରଦର୍ଶିତ ହେବ । ଆପଣ ଏହି ଭିଡିଓରେ ଦର୍ଶାଯାଇଥିବା ଲିଙ୍କରେ କ୍ଲିକ କରି ସିଧାସଳଖ ସପିଂ କରିପାରିବେ । କାରଣ ଆଜିକାଲି ଲୋକେ ଲାଇଭ ଷ୍ଟ୍ରିମିଂ ସପିଂ କରିବାକୁ ପସନ୍ଦ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ..