ଓଡ଼ିଶା ସରକାରଙ୍କୁ କଡ୍ଡା ସମାଲୋଚନା କଲେ ଜେପି ନଡ୍ଡା

ଭବାନୀପାଟଣା (ବଡ଼ ଖବର ବ୍ୟୁରୋ): ଭବାନୀପାଟଣାରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଉଦବୋଧନ । ଉଦବୋଧନରେ ବାହାନଗା ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜେପି ନଡ୍ଡା । ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସକୁ କଷ୍ଟ ହେଉଛି, ସାରା ବିଶ୍ୱ ମୋଦିଙ୍କୁ ପ୍ରଶଂସା କରେ କହିଲେ ନଡ୍ଡା । ଓଡ଼ିଶାରେ ଘୋଟାଲା ପରେ ଘୋଟାଲା ହେଉଛି । ଓଡ଼ିଶା ଚଲାଉଛି କିଏ? ପ୍ରଶ୍ନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି । ନେତା ନା ଅଫିସର, ନବୀନ ଅଫିସରଙ୍କୁ ଦାୟିତ୍ୱ ଦେଇ ଦେଇଛନ୍ତି । ଆପଣ ଓ ମୁଁ ମଧ୍ୟ ଜାଣିଛି କିଏ ଚଲାଉଛି ସରକାର । ଅଧିକାରୀଙ୍କ ହାତରେ ପୁରା ଶାସନ ଟେକିଦେଇଛନ୍ତି ନବୀନ । ଜନତା ଭୋଟ ଜଣଙ୍କୁ ଦେବ, ଶାସନ ଆଉଜଣେ କରିବେ । ଏଭଳି ସରକାର ଆମର ଦରକାର କି ପ୍ରଶ୍ନ କଲେ ନଡ୍ଡା । ଭ୍ରଷ୍ଟାଚାର, ଦୁର୍ନୀତିରେ ଓଡ଼ିଶାର ଶାସନ ବୁଡ଼ିଥିବା ମଧ୍ୟ କହିଲେ ଜେପି ନଡ୍ଡା । ଏହିଭଳି ଓଡ଼ିଶା ସରକାରକୁ କଡ୍ଡା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ