ତାତିଲା ଯୁବ କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଉଁ କ୍ଷେତ୍ରରେ ଅବସ୍ଥାନ କରିଛନ୍ତି, ତାହା ହେଉଛି ପବିତ୍ର ଶ୍ରୀକ୍ଷେତ୍ର ବା ପୁରୀ । ଶ୍ରୀକ୍ଷେତ୍ର ପୁରୀ ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠ । ଏଠାରେ ବାଲି ଗରଡ଼ାରୁ ଶାଳଗ୍ରାମ ଭାବେ ପୂଜା କରାଯାଏ । ବାର ମାସରେ ତେରପର୍ବ ଓ ବିଶ୍ୱ ପ୍ରସିଦ୍ଧରଥଯାତ୍ରା ପାଇଁ ପୁରୀର ରହିଛି ସ୍ୱତନ୍ତ୍ର ପରିଚୟ । ଏହି ଧାମକୁ ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆରମ୍ଭ କରି ମହମ୍ମଦ, ନାନକ, ଚୈତନ୍ୟ ଛୁଟି ଆସିଛନ୍ତି । କେବଳ ସେତିକି ନୁହେଁ ପୃଥିବୀର ସମସ୍ତ ଧର୍ମର ଗୁରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇ ସୃଷ୍ଟି କରିଛି ନୂତନ ଭାବଧାରା । ସର୍ବଧର୍ମ ସମନ୍ୱୟର କ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଭିନ୍ନ ଧର୍ମର ଗୁରୁମାନେ ବର୍ଷ ବର୍ଷ ଧରି ଅବସ୍ଥାନ କରି ମହାପ୍ରଭୁଙ୍କୁ ଆରାଧନା କରିଛନ୍ତି ।

ମାତ୍ର ଦୁର୍ଭାଗ୍ୟର କଥା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ଭାରତୀୟ ଯୁବ କଂଗ୍ରେସ ପୁରୀ ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି । ଲେଖାଶ୍ରୀଙ୍କ ବୟାନ ବିରୋଧରେ ଯୁବ କଂଗ୍ରେସ ଟାଉନ ଥାନାରେ ଏତଲା ଦେଇଛି । ବିଜେପି ନେତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଯୁବ କଂଗ୍ରେସ ଦାବି କରିଛି ।

ପୁରୀ ସହରର ପରିଚୟ କେହି ଜାଣି ନ ଥିଲେ । ପୁରୀ କହିଲେ କଲିକତା ସହରରେ ବୋଲି ଦେଶବାସୀ ଜାଣିଥିଲେ । କିନ୍ତୁ ବିଜେପି ନେତା ସମ୍ବିତ ପାତ୍ର ଏଠାରେ ସାଂସଦ ପ୍ରତିଦ୍ୱନ୍ଦୀ ଥିବାରୁ ଦେଶବାସୀ ପୁରୀ ସହରକୁ ଜାଣିଲେ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ