Masthead

ଟାଇଟାନିକର ଅବଶେଷ ଦେଖିବାକୁ ଯାଇ ହେଲା ମୃତ୍ୟୁ, ଆଟଲାଂଟିକ ମହାସାଗରରୁ ମିଳିଲା ୫ ମୃତଦେହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି ଯେ ୧୯୧୨ ମସିହାରେ ବୁଡ଼ିଥିଲା ବିରାଟକାୟ ଜାହାଜ ଟାଇଟନିକ୍ । ଏହାର କାରଣ ଖୋଜିବା ପାଇଁ ଏବେ ବି ଚାଲିଛି ଚେଷ୍ଟା । ଯାହା ରହସ୍ୟ ହୋଇ ରହିଯାଇଛି । ଯିଏ ବି ସମୁଦ୍ର ଭିତରକୁ ଯାଉଛନ୍ତି, ସେମାନେ ତ ଦେଖୁଛନ୍ତି ଯେ ଜାହାଜର ଧ୍ୱଂସାବଶେଷ । ହେଲେ ତାଠାରୁ ଅଧିକ କିଛି ତଥ୍ୟ ମିଳିପାରୁନାହିଁ । ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ଯାହା ଆପଣଙ୍କଙ୍କୁ ଚକିତ ତ କରିବ ହେଲେ ଆଚମ୍ଭିତ ମଧ୍ୟ କରିଦେବ । ଆଟଲାଂଟିକ ମହାସାଗରରେ ନିଖୋଜ ପ୍ରକାଣ୍ଡ ବୁଡ଼ା ଜାହାଜ ଟାଇଟନିକର ଧ୍ୱଂସାବଶେଷ ତଥ୍ୟ ସାମ୍ନାକୁ ଆସିଛି । ଟାଇଟନିକର ଧ୍ୱଂସାବଶେଷ ତଥ୍ୟ ତ ମିଳିଛି ହେଲେ ଏହି ଜାହାଜକୁ ଦେଖିବା ପାଇଁ ଯାଇଥିବା ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ପଷ୍ଟ କରିଛି ଆମେରିକା କୋଷ୍ଟଗାର୍ଡ ।

ଗୋଟିଏ ରିମୋର୍ଟ- କଂଟ୍ରୋଲ ଯାନ ପାଣି ଭିତରେ ଠାବ କରାଯାଇଛି । ଏହି ବୁଡ଼ାଯାହଜାର ଭଂଗ୍ନାଶ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି । କୁହାଯାଇଛି ଯେ ‘ଓସେନ୍ ଗେଟ୍ ଏକ୍ସପିଡିସନ୍’ ଦ୍ୱାରା ପରିଚାଳିତ ବୁଡାଜାହାଜ ଟାଇଟନିକ ଆଟଲାଂଟିକ୍ ମହାସାଗର ଭିତରେ ସଂକୁଚିତ ହୋଇ ନଷ୍ଟ ହୋଇଯାଇଛି । ଆଉ ପ୍ରାୟ ୧୬ଶହ ଫୁଟ ତଳେ ଟାଇଟନର ଭଗ୍ନାବଶେଷ ପଡ଼ି ରହିଥିବା କହିଛନ୍ତି ରିଅର ଆଡମିରାଲ ଜନ ମଗେର । ବିରାଟକାୟ ଜାହାଜ ଟାଇଟନିକ କାହିଁକି ବୁଡିଲା ଏହାର କାରଣ ଖୋଜିବା, ତଥ୍ୟ ଜାଣିବା, ସ୍ଥିତି ପରିଖିବା ପାଇଁ ଯାଇଥିଲେ ୫ ଯାତ୍ରୀ ।

ଆଉ ଯେଉଁ ରିମୋର୍ଟ କଂଟ୍ରୋଲ ବୁଡାଯାହଜରେ ଯାଇଥିଲେ । କୌଣସି କାରଣ ବସତଃ ତାହା ଦୁର୍ଘଟଣା ଘଟିଥିବାରୁ ଏଥିରେ ଥିବା ୫ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ସେମାନଙ୍କ ନାଁ ହେଉଛି ଇଂଲଣ୍ଡର ୫୮ ବର୍ଷିୟ ହାମିସ୍ ହାର୍ଡିଙ୍ଗ, ଫାନ୍ସର ୭୭ ବଷିୟ ପଲ-ହେନରି ନାର୍ଜିଓଲେଟ, ୱାସିଂଟନ ସ୍ଥିତ ‘ଓସେନଗେଟ’ ମାଲିକାନାରେ ଥିବା ‘ଇଭରେଟ’ର ମୁଖ୍ୟ ଏକଜିକୁ୍ୟଟିଭ୍ ଅଫିସର ୬୧ ବର୍ଷିୟ ଷ୍ଟକଟନ୍ ରସ ଓ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ ଦାଉଦ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ ଦାଉଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ