Masthead

ଆଜି ପବିତ୍ର ହେରାପଞ୍ଚମୀ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିବେ ମା’ ଲକ୍ଷ୍ମୀ

ପୁରୀ (ବଡ଼ ଖବର ବ୍ୟୁରୋ):  ଆଜି ପବିତ୍ର ହେରାପଞ୍ଚମୀ । ଘୋଷଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ବୁଲି ଯାଆନ୍ତି ଗୁଣ୍ଡିଚା ମନ୍ଦିର । ହେଲେ ସାଙ୍ଗରେ ନେଇନଥାନ୍ତି ପତ୍ନୀ ମା’ ଲକ୍ଷ୍ମୀଙ୍କୁ । ସେଥିପାଇଁ ରାଗ ଜର୍ଜରିତ ହୋଇ ଆସି ନନ୍ଦିଘୋଷ ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ। ଗୁଣ୍ଡିଚା ମନ୍ଦିର ଭିତରେ ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବଡ ମହାସ୍ନାନ, ସର୍ବାଙ୍ଗ, ବେଶ ବନ୍ଦାପନା ନୀତି ଅନୁଷ୍ଠିତ ହେବ।

ପରେ ସନ୍ଧ୍ୟା ଧୂପ ପରେ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଆସିବେ। ନନ୍ଦିଘୋଷ ରଥ ଠାରେ ପତି ମହାପାତ୍ର ବନ୍ଦାପନା, ବିଡିଆ ମଣୋହି, ଆଦି ନୀତି ସାରି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସନ୍ଧ୍ୟାଧୂପ ଟେରା ପଡ଼ିଥିବା ହେତୁ ଦର୍ଶନ ନ କରିପାରି ମହାପ୍ରଭୁଙ୍କ ଅଧର ମାଳା ପାଇ ମହାଲକ୍ଷ୍ମୀ କ୍ରୋଧରେ ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଏହି ସମୟରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ଯିବାର ପରମ୍ପରା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି