Masthead

ହତ୍ୟାରେ ସାମିଲ ବିଧାୟିକାଙ୍କ ସ୍ୱାମୀ

ଖଲ୍ଲିକୋଟ(ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ହତ୍ୟା ଘଟଣା ରେ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ତଥା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହା ସହ ଦାନପୁର ପଞ୍ଚାୟତର ଯୁବ ବିଜେଡି ନେତା କୁମର ସାହୁ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଗତକାଲି ସନ୍ଧ୍ୟାରେ ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ଦୀପକ ଖଟୁଆ ଓ ଜିତୁ ପ୍ରଧାନ। ଉଭୟଙ୍କ ଘର ଦାନପୁର ବୋଲି ଜଣାପଡିଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ପୂର୍ବତନ ସରପଞ୍ଚଙ୍କ ସହ ମିଶି ଦୀର୍ଘ ଦିନ ହେଲା ଦାନପୁର ପଞ୍ଚାୟତ ରାଜନୀତିରେ ସକ୍ରିୟ ଥିଲେ ।

ଏତଲା ଦେଇଥିବା ମନୋଜ ପ୍ରଧାନଙ୍କ ସହ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷଙ୍କ ରାଜନୈତିକ ଶତ୍ରୁତା ଥିବା ଏତଲାରେ ଉଲ୍ଲେଖ ରହିଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକଙ୍କୁ ଦାନପୁରଠାରେ ମୁଣ୍ଡକୁ ଇଟାରେ ଛେଚି ଦୁର୍ବୃତ୍ତ ହତ୍ୟା କରିଥିଲେ । ମୃତକ ସୁନୀଲ ନାହାକ ହେଉଛନ୍ତି ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଦେଢଶୁର । ତେବେ ପୁରା ଘଟଣାକୁ ନେଇ ଆଜି କୋଦଳା ଥାନା ପରିସରରେ ଅଭିଯୋଗକାରୀ ମନୋଜ ପ୍ରଧାନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା