Masthead

ପାଟନାରେ ହେଲା ସହମତି, ବିଜେପି ବିରୋଧରେ ଗୋଟିଏ ପ୍ରାର୍ଥୀ ଦେବେ ମିଳିତ ବିରୋଧୀ

ବିହାର ( ବଡ଼ ଖବର ବ୍ୟୁରୋ) : ବିହାର ପାଟନାରେ ବିରୋଧିଙ୍କ ମେଳି । ବୈଠକରେ ୧୫ଟି ବିରୋଧୀଦଳ ସାମିଲ । ମୋଦି ସରକାରଙ୍କ ବିରୋଧରେ ବର୍ଷିଲେ ବିରୋଧୀ । ବୈଠକର ସଂଯୋଜନା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବୈଠକ ଶେଷରେ ନୀତିଶ କୁମାର କହିଛନ୍ତି, ଆଲୋଚନା ଫଳପ୍ରଦ ହୋଇଛି । ସମସ୍ତେ ଏକାସାଥିରେ ଚାଲିବାକୁ ସହମତ ହୋଇଛନ୍ତି । ଆଗାମୀ ବୈଠକ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଆଗାମୀ ମାସରେ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ନୀତିଶ କୁମାର ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଯେଉଁଦଳ କେନ୍ଦ୍ର ଶାସନରେ ଅଛି ସେ ଦେଶହିତରେ କାମ କରୁନାହିଁ । ଏହି କ୍ରମରେ ଯଦି କୌଣସି ରାଜ୍ୟ କିଛି ଚ୍ୟାଲେଞ୍ଜର ସାମ୍ନା କରେ ତେବେ ସମସ୍ତ ବିରୋଧୀ ସେହି ରାଜ୍ୟ ସରକାରଙ୍କ ସହ ମଳିତ ଭାବେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । ଏହାସହ ବିରୋଧୀ ପରସ୍ପର ବିରୋଧରେ ନ ଲଢି, ପ୍ରତି ଆସନରେ ବିଜେପି ବିରୋଧରେ ବିରୋଧୀଦଳ ମିଳିତ ଭାବେ ଏକମାତ୍ର ପ୍ରାର୍ଥୀ ଦେବେ ବୋଲି ନିଷ୍ପତି ନେଇଛନ୍ତି । ଯେଉଁଠି ଯେଉଁ ଦଳ ଦୃଢ ଥିବ ସେହି ଦଳର ପ୍ରାର୍ଥୀ ନିର୍ବାଚନ ଲଢିବେ । ଅନ୍ୟ ବିରୋଧୀ ଦଳ ପ୍ରାର୍ଥୀ ଦେଇ ବିରୋଧୀ ମେଂଟକୁ ଦୁର୍ବଳ କରିବେ ନାହିଁ ।

ବିଜେପି ବିରୋଧରେ ପ୍ରସ୍ତୁତ ହେଉଥିବା ମେଂଟର ନାମ ଖୁବଶୀଘ୍ର ସ୍ଥିର କରାଯିବ । ସାଧାରଣ ସର୍ବନିମ୍ନ କର୍ମସୂଚୀ କଣ ରହିବ ତାହା ପରବର୍ତୀ ବୈଠକରେ ନିଷ୍ପତି ହେବ । ଆସନ ବୁଝାମଣା ପ୍ରକ୍ରିୟା ସହ ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ରର ଅଧ୍ୟାଦେଶ ଉପରେ ଆଲୋଚନା ହେବ । ପାଟନାରେ ୧୮ଟି ବିରୋଧୀଦଳଙ୍କ ବୈଠକ ଆଜି ୧୨ଟାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଆରମ୍ଭ ହୋଇଥିଲା । ଏଥିରେ ୧୫ଟି ରାଜନୈତିକ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି । ଏହି ବୈଠକରେ ଯୋଗଦେଇଥିବା ନେତା ମୋଦି ସରକାର ଉପରେ ବର୍ଷିଛନ୍ତି । ଏହି ବୈଠକରେ ଆଲୋଚନା ହେଉଛି ଯେ ନୀତିଶ କୁମାର ୟୁପିଏର ସଂଯୋଜକ ଭାବେ ଦାୟିତ୍ୱ ନେଇପାରନ୍ତି । ବୈଠକ ପରେ ଏହାର ଘୋଷଣା କରାଯିବ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି ସମସ୍ତ ମହତ୍ୱାକାଂକ୍ଷା ଛାଡିଲେ ୨୦୨୪ରେ ବିଜେପିକୁ ପରାସ୍ତ କରାଯାଇପାରିବ । ତେବେ ନିମନ୍ତ୍ରଣ ସତ୍ୱେ ବିଜେଡି, ବିଆରଏସ ଓ ବିଏସପି ଏଥିରୁ ଦୂରେଇ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ