Masthead

ପୋଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣାରେ ଲାଲବାହିନୀ ଲଗାଇଲେ ପୋଷ୍ଟର

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମାଣିକେରା ଗ୍ରାମ ପଞ୍ଚାୟତର ଟାପରେଙ୍ଗ ଗାଁରେ ଲାଗିଲା ମାଓପୋଷ୍ଟର । ଗତ ମେ ମାସ ୯ ତାରିଖରେ ଘଟିଥିବା ପୋଲିସ ଓ ମାଓବାଦୀଙ୍କ ଗୁଳି ବିନିମୟ ଘଟଣା ପରେ ଆଜି ସକାଳୁ ସକାଳୁ ସେହି ଗାଁରେ ମାଓପୋଷ୍ଟର ଳଗାଇନ୍ତି ମାଓବାଦୀ । ମାଓ ସଂଗଠନ ଏହି ହତ୍ୟାକୁ ଅମାନବୀୟ କହିବା ସହ ପୋଲିସର ବର୍ବରତାକୁ ନିନ୍ଦା କରିଛି । ତେବେ ଘଟଣାର ଠିକ୍ ଦେଢ଼ ମାସ ପରେ ଗତ ରାତିରେ ଏହି ଗାଁର ବିଭିନ୍ନ ସ୍ଥାନରେ ମାଓପୋଷ୍ଟର ଦେଖିବାକୁ ମିଳିଛି ।

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ନିହତ ତିନି ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶ ରହିଥିବା ବେଳେ ସମସ୍ତଙ୍କ ମାଓ ସଂଗଠନରେ ଭୂମିକା ସମ୍ପର୍କରେ ତଥ୍ୟ ଉଲ୍ଲେଖ ରହିଛି। ଏଥି ସହ ଆସନ୍ତା କାଲି ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ କରିଛି ମାଓ ସଂଗଠନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ