Masthead

ଭକ୍ତଙ୍କ ଭାବାବେଗ ସହ ଖେଳ ଚାଲିଛି

ପୁରୀ (ବଡ଼ ଖବର ବ୍ୟୁରୋ): ୭ ଘଣ୍ଟା ବିଳମ୍ବ ହେଲା ନୀତିକାନ୍ତି । ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ବାରମ୍ବାର ବିଭ୍ରାଟ । ରଥଠୁ ନେଇ ହେରାପଞ୍ଚମୀ ଯାଏଁ ଅନେକ ଥର ତ୍ରୁଟି । ପ୍ରଭୁଙ୍କ ସେବାରେ ଅବହେଳା କାହିଁକି ? ଭକ୍ତଙ୍କ ଭାବାବେଗ ସହ ଖେଳ ଚାଲିଛି । ହେରାପଞ୍ଚମୀ ନୀତି ବିଳମ୍ବିତ ହେବା ଯୋଗୁଁ ମଙ୍ଗଳ ଆଳତୀ ନୀତିରେ ମଧ୍ୟ ବିଳମ୍ବ ଘଟିଛି ଜ୍ଝ ପୁରୀ ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତି ବିଳମ୍ବ ହୋଇଛି । ସେହିପରି ସୁଇଦିନ ହେଲା ପହୁ ଡ଼ ନୀତି ହୋଇପାରିନି । ନୀତିକାନ୍ତି ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶନିବାର ଦିନ ଦ୍ୱିତୀୟ ଭୋଗମଣ୍ଡପ ନୀତିରେ ବିଳମ୍ବ ହୋଇଥିଲା ତେଣୁ ଅନ୍ୟ ନୀତି ମଧ୍ୟ ବିଳମ୍ବ ହୋଇଥିଲା । ସନ୍ଧ୍ୟାଧୂପ ନୀତି ବିଳମ୍ବ ହୋଇଥିଲା । ନିୟମାନୁଯାୟୀ ସନ୍ଧ୍ୟା ଧୂପ ସରିବା ପରେ ମା ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି ଓ ସେଠାରେ ହେରାପଞ୍ଚମି ନୀତି ଆରମ୍ଭ ହୁଏ ଓ ମହାଲକ୍ଷ୍ମୀ ରାଗ ର୍ଜଜରିତ ହୋଇ ଜଗନ୍ନାଥଙ୍କ ରଥ ଭାଙ୍ଗିଥାନ୍ତି ।

କିନ୍ତୁ ନୀତି ବିଭ୍ରାଟ ଯୋଗୁଁ ସନ୍ଧ୍ୟା ଧୂପ ରାତି ୧ଟା ପର୍ଯ୍ୟନ୍ତ ହୋଇପାରିନଥିଲା । ନୀତିକାନ୍ତି ବିଳମ୍ବ ହେତୁ ମା’ ଲକ୍ଷ୍ମୀ ରାତି ୩ ଟା ୨୦ରେ ଶ୍ରୀମନ୍ଦିରରୁ ବାହାରିଲେ । ମହାପ୍ରଭୁ ରାତି ଅନିଦ୍ରା ରହିଲେ । ୭ ଘଣ୍ଟା ବିଳମ୍ବରେ ବାହାରିଥିଲେ ମା’ଲକ୍ଷ୍ମୀ । ଭୋର ୫ଟା ୨୦ରେ ରଥ ନିକଟରେ ପହଞ୍ଚିଥିଲେ ମହାଲକ୍ଷ୍ମୀ । ତା ପରେ ହୋଇଥିଲା ରଥ ବନ୍ଦାପନା । ସକାଳ ୫ଟା ୪୦ରେ ମା’ଲକ୍ଷ୍ମୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅନେକ ବିଳମ୍ବ ଦେଖାଦେଇଛି । ମହାପ୍ରଭୁଙ୍କ ବନକଲାଗି ନୀତିରେ ମଧ୍ୟ ବିଭ୍ରାଟ ଦେଖାଦେବା ସହ ବିଳମ୍ବ ହୋଇଥିଲା । ତେବେ କାହିଁକି ହେଉଛି ଶ୍ରୀମନ୍ଦିରର ନୀତିକାନ୍ତିରେ ବିଭ୍ରାଟ । ଏନେଇ କାହିଁକି ତତ୍ପର ନୁହେଁ ଶ୍ରୀମନ୍ଦିର ପ୍ରଶାସନ । ତୃଟି ରହୁଛି କେଉଁଠି ଶ୍ରୀମନ୍ଦିର ପ୍ରଶାସନ ନା ଦୈତାପତିଙ୍କର । ଶ୍ରୀମନ୍ଦିର ପ୍ରଶାସନ ଓ ଦୈତାପତିଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପ୍ରଭାବନୁହେଁ ତ’ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ