ବିରୋଧ ସତ୍ତ୍ବେ କାର୍ଯ୍ୟକ୍ରମ

ଭବାନୀପାଟଣା(ବଡ଼ ଖବର ବ୍ୟୁରୋ)  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭବାନୀପାଟଣା ଯାଇ କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଭାବନୀପାଟଣାରେ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିଥିବା ବେଳେ କର୍ଲାମୁଣ୍ଡା ଓ କେସିଙ୍ଗାରେ ଯଥାକ୍ରମେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଅରୁଣ ସାହୁ କାର୍ଡ ବଣ୍ଟନ କରିଥିଲେ । ହେଲେ ସେମାନଙ୍କୁ ସେଠାରେ ବିରୋଧ କରାଯାଇଥିଲା । କର୍ଲାମୁଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିଜେପି ଓ କଂଗ୍ରେସ କର୍ମୀମାନେ ସେଠାରେ ବିରୋଧ ପ୍ରଦର୍ଶନ କରିଥିଲେ ।

କିନ୍ତୁ ବିରୋଧ ସତ୍ତ୍ବେ ବି ବ୍ଲକ କାର୍ଯ୍ୟାଳୟରେ ମନ୍ତ୍ରୀ କାର୍ଡ ବାଣ୍ଟୁ ଥିବା ବେଳେ ଅଫିସ ଗେଟରେ ତାଲ ପକାଇ ଦେଇଥିଲେ ବିରୋଧି ।ସେହପରି କେସିଙ୍ଗାରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲେ ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କାର୍ଡ ବାଣ୍ଟୁଥିବା ବେଳେ ବିଜେପି କର୍ମୀମାନେ ସଭାସ୍ଥଳକୁ ଧଶେଇ ପଶିଥିଲେ । ପରେ ପୋଲିସ ଓ ସେମାନଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!