Masthead

ବରଯାତ୍ରୀଙ୍କ ଉପରେ ମାଡି ଗଲା ଟ୍ରକ, ୫ଜଣଙ୍କ ମୃତ୍ୟୁ

ହରିଚନ୍ଦନପୁର(ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ମାଡି ଗଲା ଟ୍ରକ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଷଠିଘରସାହୀ ନିକଟରେ ଦୁର୍ଘଟଣା ହୋଇଛି। ରାତି ସାଢେ ଗୋଟାଏରେ ବରଯାତ୍ରୀ ମାନେ ଡିଜେ ବଜାଇ ରୋଷଣି ସହ ବରକୁ ନେଇ ଶୋଭାଯାତ୍ରା ରେ ଯାଉଥିଲେ । ଝିଅ ଘର ଠାରୁ ମାତ୍ର କିଛି ଦୂରରେ ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୭ ଜଣ ଗୁରୁତର ହୋଇ ହୋଇଛନ୍ତି ।

ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା। ବାରମ୍ଵାର ସେହି ଅଞ୍ଚଳରେ ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଏଠାରେ ଏକ ଓଭର ବ୍ରିଜ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏମିତିକି ମୃତଦେହ ଉଠାଇବାକୁ ଦେଇନଥିଲେ । ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତଦେହ ଗୁଡିକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ହେଲେ ରାସ୍ତା ଅବରୋଧ ଜାରି ରହିଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ମାନପୁର ଗାଁର ବରଯାତ୍ରୀ ପୁରୁଣା ସହର ସ୍ଥିତ ଷଠିଘରସାହିର କନ୍ୟା ଘରକୁ ରୋଷଣୀ କରି ଯାଉଥିଲେ । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବର ଫେରିଯାଇଛି । ଫଳରେ କନ୍ୟା ମଙ୍ଗୁଳା ହୋଇ ରହିଯାଇଛି ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର