ମଧ୍ୟପ୍ରଦେଶ(ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶ ଦାତିଆରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ନଦୀକୁ ଖସିଲା ଟ୍ରକ । ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମସ୍ତ ଲୋକ ବିବାହ ସମାରୋହରୁ ଟ୍ରକରେ ଯୋଗେ ଫେରୁଥିଲେ। ଏହି ସମୟରେ ଏହି ଦୁର୍ଘଟଣାଟି ଘଟିଛି । ଦାତିଆର ଦୁରସଡା ପୋଲିସ ଷ୍ଟେସନ ପାଖରେ ବୁହାରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇଁ ଜିଲା ପ୍ରଶାସନ, ପୋଲିସ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Prev Post
Next Post
ଆଗକୁ ପଢନ୍ତୁ