ପାହାଡ଼ ଘେରା ଅଞ୍ଚଳରେ ଜଳକଷ୍ଟ, ବସୁଧା ଯୋଜନାରୁ ବଞ୍ଚିତ ପରିମା ଗ୍ରାମ

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ପାହାଡ଼ ଘେରା ଅଞ୍ଚଳରେ ଜଳ କଷ୍ଟ । ସରକାରଙ୍କ ଏତେ ଯୋଜନାର ନାରା ସତ୍ତ୍ଵେ ପାଣି ପାଇଁ ଡହଳବିକଳ ହେଉଛନ୍ତି ୭୨ ଟି ପରିବାର । ବସୁଧା ଯୋଜନା ସେମାନଙ୍କ ପାଇଁ ସ୍ବପ୍ନ ହୋଇଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳ ପଦ୍ମପୁର ବ୍ଳକ ନୂଆଗଡ଼ ପାରୀମା ଗ୍ରାମରେ । ଏହି ଗାଁରେ ପାଖାପାଖି ୧୦୦ ପରିବାର ବସବାସ କରନ୍ତି । ପାଣି ଟୋପାଏ ପାଇଁ କେତେ ନେତା ମନ୍ତ୍ରୀଙ୍କୁ ଗୁହାରୀ କଲେ ବି କିଛି ସୁଫଳ ମିଳିଲା ନାହିଁ। ଗାଁରେ ବଡ଼ ଧରଣର ବୈଠକ ହୋଇଥିଲା ସେଠାରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ଏବଂ ଶାସକ ଦଳର ନେତା ମାନେ ଉପସ୍ଥିତ ରହି ପ୍ରତିଶ୍ରୁତି ଦେଇଥିଲେ ଯେ ଖୁବଶୀଘ୍ର ଜଳ ସଙ୍କଟ ଦୂର ହେବ ।

କିନ୍ତୁ ଦୁଇ ବର୍ଷ ବିତିଗଲାଣି ଆଉ କାହାର ଦେଖା ମିଳୁନାହିଁ । ଶେଷରେ ଗ୍ରାମବାସୀ ବୈଠକ କରି ନିଷ୍ପତ୍ତି କରି ନିଜ ଉଦ୍ୟମରେ ଗାଁକୁ ପାଣି ପହଞ୍ଚାଉଛିନ୍ତି । ନିଜ ଉଦ୍ୟମରେ ପ୍ରତି ଘରରୁ ଅର୍ଥ କିମ୍ବା କୃଷି ଉତ୍ପାଦିତ ଦ୍ରବ୍ୟ ସଂଗ୍ରହ କରି ସେଗୁଡିକ ବିକ୍ରି କରି ୨ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରି ପାଣି ପାଇପ ଆଣିଥିଲେ । ପାରୀମା ଗ୍ରାମ ଠାରୁ ୩କିଲୋମିଟର ଦୂରରେ ଗଜପତି ସୀମାନ୍ତରେ ଥିବା ମୁଣ୍ଡିଗାଟା ପାହାଡ଼ ଉପରେ ଥିବା ଝରଣାରେ ପଥର ଦ୍ବାରା ଗୋଟିଏ ଛୋଟ କୁଣ୍ଡ କରି ଗାଁକୁ ପାଣି ଆଣିଥିବା ଗ୍ରାମବାସୀ ମାନେ କହିଛନ୍ତି। ବିଭିନ୍ନ ସମୟରେ ପାଇପ ମଧ୍ୟରେ ଗଛର ପତ୍ର ଅଟକି ଯାଉଥିବାରୁ ନାନା ଅସୁବିଧା ସମ୍ମୁଖୀନ ହେଉଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ