Masthead

୨୫ ଲକ୍ଷ ଟଙ୍କାର ବେଆଇନ କଫ ସିରଫ ଜବତ

ବରଗଡ଼, (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲାରେ ଦିନ କୁ ଦିନ ବେଆଇନ ଭାବେ କଫ ସିରଫ ବିକ୍ରି ବୃଦ୍ଧି ପାଇଥିବା ବେଳେ ଆଜି ଜିଲ୍ଲାର ସୋହେଲା ପୋଲିସକୁ ମିଳିଛି ବଡ ସଫଳତା । ଏହି କଫ ସିରପ କାରବାର ରେ ସମ୍ପୃକ୍ତ ୪ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ବରଗଡ଼ ଏସ ପି ପଦ୍ମିନୀ ସାହୁ କହିଛନ୍ତି । ଘଟଣା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ ଜାଲ ଜିଏସଟି ଓ ଜାଲ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱ।ଲିୟର ରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁରେ ୧୩୨୦୦ ବୋତଲ କଫ ସିରଫ କୋରିୟର ମାଧ୍ୟମରେ ମଗାଇଥିଲେ । ଯାହାକି ସୋହେଲା ପୋଲିସ ଚେକିଂ କରୁଥିବା ବେଳେ ହଲଦୀପାଲି ଛକ ନିକଟରେ ଧରା ପଡିଥିଲା ।

ଏହି ଘଟଣାରେ ଧରାପଡିଥିବା କଫ ସିରଫର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବିପୁଳ କଫ ସିରପ ସମେତ ଗୋଟିଏ ପିକ ଅପ ଭେନ, ଜାଲ ଜିଏସଟି ବିଲ, ୨୦ ଲିଟର ଅପମିଶ୍ରିତ ସିରପ ଥିବା ଜାର୍କିନ ଆଦି ଜବତ କରିଛି ସୋହେଲା ପୋଲିସ । ଏହି ଘଟଣାରେ ସୋହେଲା ପୋଲିସ ସମ୍ବଲପୁର ଜିଲ୍ଲା ତାଲପଦରର ଗୁରୁ ମିର୍ଦ୍ଧା, ଶାସନର ଆକାଶ କୁମ୍ଭାର, ଦେହେରି ପାଲିର ଆଲୋକ ମହାରଣା ଏବଂ ବଲାଙ୍ଗିର ଜିଲ୍ଲାର ଶଙ୍କର ଦେବ ଓରଫ ଦୀପକ ସେଠକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଶ୍ରୀ ନାରାୟଣ ଏଣ୍ଟର ପ୍ରାଇଜେସର ମାଲିକ ଫେରାର ହୋଇଯାଇଥିବା କହିଛିନ୍ତି ଏସପି ପଦ୍ମିନୀ ସାହୁ । ଉକ୍ତ କୋରିଅର ସଂସ୍ଥାର କାର୍ୟ୍ୟକଳାପ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!