Masthead

୨୫ ଲକ୍ଷ ଟଙ୍କାର ବେଆଇନ କଫ ସିରଫ ଜବତ

ବରଗଡ଼, (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲାରେ ଦିନ କୁ ଦିନ ବେଆଇନ ଭାବେ କଫ ସିରଫ ବିକ୍ରି ବୃଦ୍ଧି ପାଇଥିବା ବେଳେ ଆଜି ଜିଲ୍ଲାର ସୋହେଲା ପୋଲିସକୁ ମିଳିଛି ବଡ ସଫଳତା । ଏହି କଫ ସିରପ କାରବାର ରେ ସମ୍ପୃକ୍ତ ୪ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ବରଗଡ଼ ଏସ ପି ପଦ୍ମିନୀ ସାହୁ କହିଛନ୍ତି । ଘଟଣା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ ଜାଲ ଜିଏସଟି ଓ ଜାଲ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱ।ଲିୟର ରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁରେ ୧୩୨୦୦ ବୋତଲ କଫ ସିରଫ କୋରିୟର ମାଧ୍ୟମରେ ମଗାଇଥିଲେ । ଯାହାକି ସୋହେଲା ପୋଲିସ ଚେକିଂ କରୁଥିବା ବେଳେ ହଲଦୀପାଲି ଛକ ନିକଟରେ ଧରା ପଡିଥିଲା ।

ଏହି ଘଟଣାରେ ଧରାପଡିଥିବା କଫ ସିରଫର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବିପୁଳ କଫ ସିରପ ସମେତ ଗୋଟିଏ ପିକ ଅପ ଭେନ, ଜାଲ ଜିଏସଟି ବିଲ, ୨୦ ଲିଟର ଅପମିଶ୍ରିତ ସିରପ ଥିବା ଜାର୍କିନ ଆଦି ଜବତ କରିଛି ସୋହେଲା ପୋଲିସ । ଏହି ଘଟଣାରେ ସୋହେଲା ପୋଲିସ ସମ୍ବଲପୁର ଜିଲ୍ଲା ତାଲପଦରର ଗୁରୁ ମିର୍ଦ୍ଧା, ଶାସନର ଆକାଶ କୁମ୍ଭାର, ଦେହେରି ପାଲିର ଆଲୋକ ମହାରଣା ଏବଂ ବଲାଙ୍ଗିର ଜିଲ୍ଲାର ଶଙ୍କର ଦେବ ଓରଫ ଦୀପକ ସେଠକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଶ୍ରୀ ନାରାୟଣ ଏଣ୍ଟର ପ୍ରାଇଜେସର ମାଲିକ ଫେରାର ହୋଇଯାଇଥିବା କହିଛିନ୍ତି ଏସପି ପଦ୍ମିନୀ ସାହୁ । ଉକ୍ତ କୋରିଅର ସଂସ୍ଥାର କାର୍ୟ୍ୟକଳାପ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ